ETV Bharat / state

ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଲେ ନାଗାର୍ଜୁନ ବେଶ ଦାତାଙ୍କ ପରିବାର

author img

By

Published : Dec 7, 2020, 8:00 PM IST

ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଦାତା ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ପରିବାର ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଅଭିଯୋଗ । ତାଙ୍କ ପରିବାରର ଏହି ଦର୍ଶନ ଅଧିକାର ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଥିବା ଦାବି କଲେ ବଳରାମ । ପଢନ୍ତୁ ଅଧିକ....

ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଲେ ନଗାର୍ଜୁନ ବେଶ ଦାତାଙ୍କ ପରିବାର
ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଲେ ନଗାର୍ଜୁନ ବେଶ ଦାତାଙ୍କ ପରିବାର

ପୁରୀ: ସୁରୁଖୁରୁରେ ଶେଷ ହୋଇଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ତେବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଦାତା ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରଖା ଯାଇଥିବା ଅଭିଯୋଗ ହୋଇଛି ।

ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଲେ ନଗାର୍ଜୁନ ବେଶ ଦାତାଙ୍କ ପରିବାର

ତେବେ ତାଙ୍କ ପରିବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବାର ସମସ୍ତ ଅଧିକାର ଥିବା କଥା ଦାବି କରିଛନ୍ତି ବଳରାମ । ଏପରିକି ଏକଥା ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା କଥା ମଧ୍ୟ ସେ ଦାବି କରିଛନ୍ତି । ତେବେ ସମ୍ପୂର୍ଣ୍ଣ ଅଧିକାର ଥିବା ସତ୍ତ୍ବେ ତାଙ୍କ ପରିବାରକୁ କାହିଁକି ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ କରାଗଲା, ତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ।

ନାଗାର୍ଜୁନ ବେଶ ନିର୍ମାଣ ଦିନ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ପରିବାର ସଦସ୍ୟ ଏକ ଓଳି ହବିଷ୍ୟାନ୍ନ ସେବନ କରି ମହାପ୍ରଭୁଙ୍କ ସେବାରେ ଥିଲେ। ଦର୍ଶନ ପରେ ହବିଷ ତ୍ୟାଗ କରି ଦୈନଦିନ ଜୀବନକୁ ଫେରିବାର ବିଧିକଥା କହିଛନ୍ତି ବଳରାମଙ୍କ ପରିବାର । ଏ ନେଇ ପ୍ରଶାସନର ଅନୁମତି ମଧ୍ୟ ନେଇ ଥିଲେ। କିନ୍ତୁ ପରେ ତାଙ୍କ ପରିବାରକୁ ଦର୍ଶନ କରିବାକୁ ଅନୁମତି ମିଳିପାରିବ ନାହିଁ ବୋଲି କହିଥିଲା ମନ୍ଦିର ପ୍ରଶାସନ ।

ଏପରିକି ସେ ତାଙ୍କ ପରିବାର ଲୋକଙ୍କ କୋଭିଡ ଟେଷ୍ଟ କରି ଶ୍ରୀମନ୍ଦିର ପ୍ରବେଶ କରିବାକୁ ଚାହୁଁଥିବା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରସ୍ତାବ ରଖିବା ପରେ ମଧ୍ୟ ତାଙ୍କୁ ଏହି ବିରଳ ଦର୍ଶନରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଭିତରେ ଅନେକ ମହିଳା ପୋଲିସ କର୍ମଚାରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ଥିବା ଅଭିଯୋଗ କରିଛନ୍ତି ବଳରାମ । ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସେବା ପାଇଁ ଅନେକ ମହିଳା ମନ୍ଦିର ମଧ୍ୟରେ ପ୍ରବେଶ କରୁଥିବା କଥା ଦୋହରାଇଛନ୍ତି ବଳରାମ । ତେବେ ତାଙ୍କର ଏ ଅଭିଯୋଗ ପରେ ଶ୍ରୀ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.