ETV Bharat / state

୨୨ବର୍ଷରୁ ଶଯ୍ୟାଶାୟୀ ପୁରୀର ବିଷ୍ଣୁ ମଲ୍ଲିକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

author img

By

Published : Apr 28, 2022, 8:52 PM IST

Updated : Apr 29, 2022, 9:41 AM IST

୨୨ ବର୍ଷରୁ ଶଯ୍ୟାଶାୟୀ ପୁରୀର ବିଷ୍ଣୁ ମଲ୍ଲିକ । ସହଯୋଗ ପାଇଁ ନିବେଦନ ସାଙ୍ଗକୁ ସରକାରୀ ସହାୟତା ଲୋଡିଛନ୍ତି ବିଷ୍ଣୁଙ୍କ ପରିବାର । ଅଧିକ ପଢନ୍ତୁ

22 ବର୍ଷରୁ ଶଯ୍ୟାଶାୟୀ ପୁରୀର ବିଷ୍ଣୁ ମଲ୍ଲିକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
22 ବର୍ଷରୁ ଶଯ୍ୟାଶାୟୀ ପୁରୀର ବିଷ୍ଣୁ ମଲ୍ଲିକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପୁରୀ: ଘରେ ପିଲାଟିଏ ଜନ୍ମ ନେଲେ ବାପା ମାଆଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଏ । ଛୁଆଟି ମୁହଁକୁ ଚାହିଁ ଅବଶିଷ୍ଟ ଜୀବନ କଟିଦେବାକୁ ପ୍ରତ୍ୟେକ ବାପାମାଆଙ୍କ ଇଚ୍ଛାଥାଏ । କିନ୍ତୁ ୨୨ ବର୍ଷର ପୁଅ ଯେବେ ବାତ ରୋଗରେ ଆକ୍ରାନ୍ତ ହୁଏ ସେବେ ଭାଗ୍ୟର ବିଡ଼ମ୍ବନା ଘଟେ । ଏପରି ଏକ ବିଡମ୍ବନାକୁ ସାମ୍ନା କରିଛନ୍ତି ପୁରୀ ସଦର ବ୍ଲକ ତଳଜଙ୍ଗ ଗ୍ରାମର ଏକନା ମଲ୍ଲିକଙ୍କ ପରିବାର ।

ଦୀର୍ଘଦିନ ଧରି ବାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ଯାଇଛନ୍ତି ଏକନାଙ୍କ ପୁଅ ବିଷ୍ଣୁ(Bishnu Mallik) । ଗତ ୨୦୨୦ ମାର୍ଚ୍ଚରେ ପୁଅର ବାତ ରୋଗ ବାହାରିବା ପରେ ପରିବାର ଲୋକେ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ ନେଇଥିଲେ । ହେଲେ ଡ଼ାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଯିବା ପାଇଁ କହିଥିଲେ । ସେତେବେଳେ ଲକ୍‌ଡାଉନ ହେବାରୁ ସବୁ ପ୍ରକାର ବିପଦ ମାଡି ବସିଥିଲା । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଏକନାଙ୍କ ପାଖରେ ଲକ୍‌ଡାଉନରେ କାମ ବନ୍ଦ ହୋଇଯିବା ସାଙ୍ଗକୁ ହାତରେ ଟଙ୍କାଟିଏ ବି ନଥିଲା । ଫଳରେ ସେ କଟକ ଯାଇ ପୁଅର ଚିକିତ୍ସା କରାଇ ପାରିନଥିଲେ ।

୨୨ବର୍ଷରୁ ଶଯ୍ୟାଶାୟୀ ପୁରୀର ବିଷ୍ଣୁ ମଲ୍ଲିକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସେପଟେ ଚିକିତ୍ସା ହୋଇ ନ ପାରିବାରୁ ବିଷ୍ଣୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ଯାଇଛନ୍ତି । ଖଟ ଉପରେ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ କିଛି ହେଉଛି । ଅବସ୍ଥା ଏତେ ସଙ୍ଗୀନ ଯେ, ବିଷ୍ଣୁ ଏବେ କଥାବାର୍ତ୍ତା ମଧ୍ୟ କରିପାରୁ ନାହାନ୍ତି । ତେବେ ଏହି ଖବର ଜାଣିବା ପରେ ବିଷ୍ଣୁଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଛି ପୁରୀର ସ୍ବେଚ୍ଛାସେବୀ ସଂଗଠନ ପତିତପାବନ ସେବା ସଂଘ । ସଙ୍ଘର କର୍ମକର୍ତ୍ତା ବିଷ୍ଣୁଙ୍କ ଘରକୁ ଯାଇ ୫ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ କରିଛନ୍ତି ।

ଚିକିତ୍ସା ପାଇଁ ସମସ୍ତ ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ସମଜସେବୀ ଆଗେଇ ଆସିବାକୁ ପତିତପାବନ ସେବା ସଂଘ ନିବେଦନ କରିଛି । ଏହା ସାଙ୍ଗକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଯେଉଁମାନେ ଅସୁସ୍ଥ ବିଷ୍ଣୁ ମଲ୍ଲିକଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ଚାହୁଁଛନ୍ତି ସେମାନେ ପତିତପାବନ ସେବା ସଙ୍ଘର ନମ୍ବର 9040310713 ଅବା ଅସୁସ୍ଥ ବିଷ୍ଣୁଙ୍କ ବାପା ଏକନାଙ୍କ ମୋବାଇଲ ନମ୍ବରରେ 7854989679 ଯୋଗାଯୋଗ କରିପାରିବେ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 29, 2022, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.