ETV Bharat / state

ରବିବାର ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଆସାମ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 25, 2023, 11:06 PM IST

ଉଭୟ ରାଜ୍ୟର କଳା ସଂସ୍କୃତ ଓ ପରମ୍ପରାରେ ବି ପ୍ରାୟ ସମାନତା ରହିଛି । ଯାହା ଓଡିଶା ଆସାମକୁ ଏକ ସୂତ୍ରରେ ବାନ୍ଧି ରଖିଛି । ଏହି ବନ୍ଧନକୁ ଆହୁରି ମଜବୁଥ କରିବା ପାଇଁ ମୁଁ ଆସନ୍ତାକାଲି ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବି । ଆସନ୍ତାକାଲି ଓଡିଶା ଗସ୍ତ ପୂର୍ବରୁ ଟ୍ବିଟ କରି ଏଭଳି କହିଛନ୍ତି ଫାୟାରବ୍ରାଣ୍ଡ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ

ରବିବାର ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଆସାମ ମୁଖ୍ୟମନ୍ତ୍ରୀ
ରବିବାର ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଆସାମ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଆସାମ ଓଡିଶାର ସମ୍ପର୍କ ବହୁ ପ୍ରାଚୀନ । ଆମର ସାହିତ୍ୟ, କଳା, ସଂସ୍କୃତିରେ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଉଭୟ ରାଜ୍ୟର କଳା ସଂସ୍କୃତ ଓ ପରମ୍ପରାରେ ବି ପ୍ରାୟ ସମାନତା ରହିଛି । ଯାହା ଓଡିଶା ଆସାମକୁ ଏକ ସୂତ୍ରରେ ବାନ୍ଧି ରଖିଛି । ଏହି ବନ୍ଧନକୁ ଆହୁରି ମଜବୁଥ କରିବା ପାଇଁ ମୁଁ ଆସନ୍ତାକାଲି ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବି । ଆସନ୍ତାକାଲି ଓଡିଶା ଗସ୍ତ ପୂର୍ବରୁ ଟ୍ବିଟ କରି ଏଭଳି କହିଛନ୍ତି ଫାୟାରବ୍ରାଣ୍ଡ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଆଜି ଟ୍ବିଟ କରି ହିମନ୍ତ ବିଶ୍ବଶର୍ମା କହିଛନ୍ତି, ‘ ଆସାମ ଓଡିଶାର ସମ୍ପର୍କ ବହୁ ପ୍ରାଚୀନ । ଆମର ସାହିତ୍ୟ, କଳା, ସଂସ୍କୃତିରେ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଉଭୟ ରାଜ୍ୟର କଳା ସଂସ୍କୃତ ଓ ପରମ୍ପରାରେ ବି ପ୍ରାୟ ସମାନତା ରହିଛି । ଯାହା ଓଡିଶା ଆସାମକୁ ଏକ ସୂତ୍ରରେ ବାନ୍ଧି ରଖିଛି । ଏହି ବନ୍ଧନକୁ ଆହୁରି ମଜବୁଥ କରିବା ପାଇଁ ମୁଁ ଆସନ୍ତାକାଲି ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବି । ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବି । ଏହାସହ ଦାରୁବ୍ରହ୍ମଙ୍କ ନିକଟରେ ଦେଶର ଶାନ୍ତି, ମୈତ୍ରୀ ପ୍ରଗତୀ ପାଇଁ ପ୍ରାର୍ଥନା କରିବି । ’’

ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ, ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଗ୍ରହଣ କରିଥିବା ସୂଚନା ମିଳିଛି । ଏହାସହ କାର୍ତ୍ତିକ ପଞ୍ଚକ ଚାଲିଥିବାରୁ ଶ୍ରୀଜିଙ୍କ ସ୍ବତନ୍ତ୍ର ନୀତିକାନ୍ତି, ସହ ବେଶ ଚାଲିଛି । ଏପଟେ ଭକ୍ତଙ୍କ ଭିଡ ମଧ୍ୟ ଶ୍ରୀମନ୍ଦିରରେ ଲାଗି ରହିଛି । ଆସାମ ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ଯେପରି ସୁରୁଖୁରରେ ହେବ ଭକ୍ତଙ୍କ କୌଣସି ଅସୁବିଧା ହେବ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥିବା ଜଣାପଡିଛି ।

ଅନ୍ୟପଟେ ଗତ ପ୍ରାୟ ଏକ ମାସ ହେଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ନିଜ ଦାୟିତ୍ବ ତଥା ଆସାମ ମୁଖ୍ୟମନ୍ତ୍ରୀ ଭାବେ ଦୈନନ୍ଦିନ କାର୍ଯ୍ୟ କରିବା ସହିତ, ଦଳୀୟ କାର୍ଯ୍ୟକ୍ରମ ତଥା 3 ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ରାଜସ୍ଥାନରେ ନିର୍ବାଚନ ଶେଷ ହୋଇଥିବା ବେଳେ ହିମନ୍ତ ବିଶ୍ବଶର୍ମା ଗତ 3 ଦିନ ହେଲା ତେଲଙ୍ଗାନାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.