ETV Bharat / state

ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର

author img

By

Published : Dec 7, 2020, 6:49 PM IST

ଆସନ୍ତାକାଲି ପଢୁଆଁ ଅଷ୍ଟମୀ ଉପଲକ୍ଷେ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର। ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର
ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ଆସନ୍ତାକାଲି ପ୍ରଥମାଷ୍ଟମୀ ଥିବାରୁ ମହାପ୍ରଭୁ ହେବେ ପଢୁଆଁ । ତେବେ ଜନ ସୃତିରେ କୁହାଯାଉଥିବା ଶ୍ରୀଜିଉଙ୍କ ମାମୁଁଘର କଟକ ନିଆଳିର ମାଧବାନନ୍ଦ ଜୀଉ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଆସିଛି ପ୍ରଥମାଷ୍ଟମୀ ଭାର । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ଆସୁଛି ମାମୁଁଘରୁ ।

ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର


କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । ଜନଶୃତିରେ ଏହି କଥା ରହିଛି। କାହିଁ କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପଢୁଆଁ କରିବାର ପରମ୍ପରା ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। କିନ୍ତୁ, ଗତ କିଛି ବର୍ଷ ହେବ ଏହି ପରମ୍ପରା ବନ୍ଦ ହୋଇଯାଇଥିଲା । ତେବେ ଗତ ବର୍ଷ ଠାରୁ ଏହି ପରମ୍ପରାର ପୁନଃ ପ୍ରଚଳନ ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ଅଭିମୁଖେ ଆସିଛି ଏହି ପଢୁଆଁ ଭାର।

ଏନେଇ ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । କିନ୍ତୁ, ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି ସ୍ତାନୀୟ ଅଂଚଳର ଲୋକମାନେ । ଅନ୍ୟପଟେ ନିଆଳି ମାଧବ ମନ୍ଦିରରୁ ପଢ଼ୁଆଁ ଭାର ପରମ୍ପରା ଶ୍ରୀମନ୍ଦିର ସହିତ ନ ଥିବା, ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ସ୍ପଷ୍ଟ କରି ସାରିଛି। ଏଣୁ, ଭକ୍ତଙ୍କ ଦାନ ହିସାବରେ ଏହି ସବୁ ସାମଗ୍ରୀ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସ୍ପଷ୍ଟୀକରଣ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.