ETV Bharat / state

ହାତୀବନ୍ଧା ଗାଁରେ ପାନୀୟ ଜଳ ସଙ୍କଟ, ପାଇପ ଲାଇନ ଫାଟି ଜଳ ଯୋଗାଣ ବନ୍ଦ

author img

By

Published : Sep 7, 2020, 10:16 PM IST

ନୂଆପଡ଼ା ଜିଲ୍ଲା ହାତୀବନ୍ଧା ଗାଁରେ ପିଇବା ପାଣିର ଘୋର ସଙ୍କଟ ଦେଖାଦେଇଛି । ଆଜକୁ 15 ଦିନ ହେବ ପାଇପ ଲାଇନ ଜଳ ଯୋଗାଣ ବନ୍ଦ ଥିବା ହାତୀବନ୍ଧା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାତୀବନ୍ଧା ଗାଁରେ ପିଇବା ପାଣିର ଘୋର ସଙ୍କଟ
ହାତୀବନ୍ଧା ଗାଁରେ ପିଇବା ପାଣିର ଘୋର ସଙ୍କଟ

ନୂଆପଡା: ହାତୀବନ୍ଧା ଗାଁରେ ପିଇବା ପାଣିର ଘୋର ସଙ୍କଟ ଦେଖାଦେଇଛି । ଆଜକୁ 15 ଦିନ ହେବ ପାଇପ ଲାଇନ ଜଳ ଯୋଗାଣ ବନ୍ଦ ଥିବା ହାତୀବନ୍ଧା ଗାଁ ଲୋକେ ଅଭିଯୋଗ କରିଛନ୍ତି । ବିଭିନ୍ନ ସ୍ଥାନରେ ପାଇପ ଲାଇନ ଫାଟିବା ସହ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବା କାରଣରୁ ଜଳ ଯୋଗାଣ ବନ୍ଦ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ହାତୀବନ୍ଧା ଗାଁରେ ପିଇବା ପାଣିର ଘୋର ସଙ୍କଟ

ଏପଟେ ପାଣି ବୁନ୍ଦାଏ ପାଇଁ ଗାଁଲୋକେ ଡହଳ ବିକଳ ହେଉଥିବାବେଳେ ପାଣି ସଂଗ୍ରହ ପାଇଁ ଦେଢ଼ କିଲୋମିଟର ନିକଟସ୍ଥ ନଦୀକୁ ଯାଉଥିବା ଦେଖାଦେଇଛି । ହାତୀବନ୍ଧା ଗାଁରେ ଜଳକଷ୍ଟ ଦୂର କରିବା ପାଇଁ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ଜଳ ଯୋଗାଣରେ ହାତୀବନ୍ଧା ଗ୍ରାମପଞ୍ଚାୟତ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ଜଳ ଯୋଗାଣ ନେଇ ଗ୍ରାମପଞ୍ଚାୟତ କିମ୍ବା ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ହାତୀବନ୍ଧା ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.