ETV Bharat / state

ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ, ନୂଆପଡାରେ ଚେକିଂ କଡ଼ାକଡ଼ି

author img

By

Published : Apr 4, 2021, 2:08 PM IST

ପୁଣି ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଏନେଇ ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଖଡ଼ିଆଳ ଥାନା ଆଇଆଇସିଙ୍କ ନିର୍ଦେଶ କ୍ରମେ ଗୁରୁନାନକ ଛକଠାରେ ମାସ୍କ ଏବଂ ସାମାଜିକ ଦୂରତା ପାଇଁ କଡାକଡି ଚେକିଂ କାର୍ଯ୍ୟ ଚାଲିଛି । ଅଧିକ ପଡନ୍ତୁ...

ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ, ନୂଆପଡାରେ ଚେକିଙ୍ଗ କଡ଼ାକଡ଼ି
ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ, ନୂଆପଡାରେ ଚେକିଙ୍ଗ କଡ଼ାକଡ଼ି

ନୂଆପଡ଼ା: ପୁଣି ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ଚିନ୍ତା ବଢୁଥିବା ବେଳେ କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏନେଇ ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଏବଂ ଖଡ଼ିଆଳ ଥାନା ଆଇଆଇସି କୈଳାସ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି(ରବିବାର) ଖଡ଼ିଆଳ ସହରର ଗୁରୁନାନକ ଛକଠାରେ ମାସ୍କ ଏବଂ ସାମାଜିକ ଦୂରତା ପାଇଁ କଡାକଡି ଚେକିଂ କାର୍ଯ୍ୟ ଚାଲିଛି ।

ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ, ନୂଆପଡାରେ ଚେକିଙ୍ଗ କଡ଼ାକଡ଼ି

ଅମାନିଆ ପଥଚାରୀମାନଙ୍କୁ ସଚେତନତା କରିବା ସହ ସେମାନଙ୍କଠାରୁ ଫାଇନ ଆଦାୟ କରାଯାଇଛି । ତେବେ ମହାମାରୀ କୋଭିଡର ଦ୍ଵିତୀୟ ଲହରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଚେକିଙ୍ଗକୁ କଡ଼ାକଡ଼ି କରିଥିବା ଜଣାପଡ଼ିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.