ETV Bharat / state

ଗମନାଗମନ ପାଇଁ ନାହିଁ ରାସ୍ତା, ନାଳ ତଳକୁ ଓହ୍ଲାଇ କରୁଛନ୍ତି ଯାତାୟତ

author img

By

Published : Oct 19, 2020, 8:17 PM IST

ନୂଆପଡା ଜିଲ୍ଲା ଉପାନ୍ତ ସିନାପାଲି ବ୍ଲକ ଭାୟା ଥିପାଖୋଲ ଠାରୁ ମାଓ ଅଧ୍ୟୁଷିତ ନାଙ୍ଗଲବୋର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ପୋଲ ଧସି ଯିବାରୁ ନାଳ ତଳକୁ ଓହ୍ଲାଇ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକ । ଅଧିକ ପଢନ୍ତୁ...

ଗମନାଗମନ ପାଇଁ ନାହିଁ ରାସ୍ତା, ନାଳ ତଳକୁ ଓହ୍ଲାଇ କରୁଛନ୍ତି ଯାତାୟତ
ଗମନାଗମନ ପାଇଁ ନାହିଁ ରାସ୍ତା, ନାଳ ତଳକୁ ଓହ୍ଲାଇ କରୁଛନ୍ତି ଯାତାୟତ

ନୂଆପଡା: ଗାଁର ବିକାଶ ହେଲେ ଦେଶର ବିକାଶ ହୁଏ । ଏ କଥା କେବଳ କଥାରେ ରହିଯାଇଛି । ଗାଁର ବିକାଶ ସେବେ ହେବ ଯେବେ ଗାଁରେ ଗମନାଗମନର ସୁବିଧା ଥିବ । ନୂଆପଡା ଜିଲ୍ଲା ଉପାନ୍ତ ସିନାପାଲି ବ୍ଲକ ଭାୟା ଥିପାଖୋଲ ଠାରୁ ମାଓ ଅଧ୍ୟୁସିତ ନାଙ୍ଗଲବୋର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାର ଅବସ୍ଥା ଉପରେ କାହାର ନଜର ପଡୁନି ।

ଗମନାଗମନ ପାଇଁ ନାହିଁ ରାସ୍ତା, ନାଳ ତଳକୁ ଓହ୍ଲାଇ କରୁଛନ୍ତି ଯାତାୟତ

ମରଣଯନ୍ତା ପାଲଟିଛି ନୂଆପଡା ସିନାପାଲି ବ୍ଲକର ନାଙ୍ଗଲବୋର୍ଡକୁ ସଂଯୋଗ କରୁଥିବା ରାସ୍ତା । 2018 ମସିହାରେ ପ୍ରବଳ ବର୍ଷା ହେବାରୁ ଥିପାଖୋଲ ନିକଟରେ ଥିବା ବ୍ରିଜ ଧସି ଯାଇଥିଲା । ଯାହା ଫଳରେ ଏହି ରାସ୍ତାଦେଇ ଯାନ ବାହାନ ଗାଡି ମୋଟର ଚଳାଚଳ ଦୀର୍ଘ 2ବର୍ଷ ହେଲା ବନ୍ଦ ରହିଛି । ବ୍ରିଜ ଧସିବାର ଦୁଇ ବର୍ଷ ହୋଇଗଲା ହେଲେ କାହାରି ନଜର ପଡିଲାନି । ଗମନାଗମନର ସୁବ୍ୟବସ୍ଥା ନଥିବାରୁ ସିନାପାଲି ବ୍ଲକର ଲୋକେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟ ହୋଇ ସ୍ଥାନୀୟ ଲୋକେ ନାଳ ତଳକୁ ଓହ୍ଲାଇ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଫଳରେ ବହୁ ଦୁର୍ଘଟଣାର ଶିକାର ମଧ୍ୟ ଦେଇଛନ୍ତି । ଦୁର୍ଭାଗ୍ୟର ବିଷୟ ବ୍ରିଜ ଭାଙ୍ଗିବାର 2ବର୍ଷ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ତୁରନ୍ତ ବ୍ରିଜ ନିର୍ମାଣ କରିବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଯଦି ତାଙ୍କ ଦାବିକୁ ପୂରଣ ନ କରାଯାଏ ଆଗାମି ଦିନରେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.