ETV Bharat / state

3 ମାସର ଶିଶୁ ପୁତ୍ରକୁ ହତ୍ୟା ପରେ ନିର୍ଦ୍ଦୟ ବାପାର ଆତ୍ମହତ୍ୟା

author img

By

Published : Jun 14, 2020, 7:34 PM IST

ନୂଆପଡା ଚାନ୍ଦୋପଳା ଗାଁରେ ଅଭାବନୀୟ ଘଟଣା । 3 ମାସର ଶିଶୁ ପୁତ୍ରକୁ ହତ୍ୟା ପରେ ନିର୍ଦ୍ଦୟ ବାପାର ଆତ୍ମହତ୍ୟା । ଅଧିକ ପଢନ୍ତୁ...

father commits suicide after killing 3-month-old son
3 ମାସର ଶିଶୁ ପୁତ୍ରକୁ ହତ୍ୟା ପରେ ନିର୍ଦ୍ଦୟ ବାପାର ଆତ୍ମହତ୍ଯା

ନୂଆପଡା: କୋମନା ଥାନା ଚାନ୍ଦୋପଳା ଗାଁରେ ଅଭାବନୀୟ ଘଟଣା । ରାଗ ସାଜିଲା କାଳ। ନିଜ 3 ମାସର କଅଁଳା ଶିଶୁ ପୁତ୍ରକୁ କଚାଡି ହତ୍ୟା କରିବା ପରେ ନିର୍ଦ୍ଦୟ ବାପାର ଆତ୍ମହତ୍ୟା । ମୃତକଙ୍କ ସ୍ତ୍ରୀ ବେଳମତି ଶବର କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

3 ମାସର ଶିଶୁ ପୁତ୍ରକୁ ହତ୍ୟା ପରେ ନିର୍ଦ୍ଦୟ ବାପାର ଆତ୍ମହତ୍ଯା

ସୂଚନା ମତେ କୋମନା ଥାନା ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତସ୍ଥିତ ଚାନ୍ଦୋପଳା ଗାଁର ନିଲୁ ଶବରଙ୍କ ସ୍ତ୍ରୀ ବେଳମତି ଶବର 3ମାସର କଅଁଳ ଶିଶୁ ପୁତ୍ରକୁ ଧରି ସୁଦୂର ମୁମ୍ବାଇ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରୁ ଫେରି ଅଗ୍ରେନ ଗ୍ରାମପଞ୍ଚାୟତସ୍ଥିତ ଟିଏମସି ସେଣ୍ଟରରେ ରହିଥିଲେ ।

ଟିଏମସି ଅବଧି ଶେଷ ହେବାପରେ ସ୍ୱାମୀ ସ୍ତ୍ରୀ ଏବଂ ଶିଶୁ କୋମନା ବ୍ଲକ ଦୁମେରବାହାଲ ଗାଁରେ ନିଜ ସମ୍ପର୍କୀୟ ଘରେ କିଛିଦିନ ରହିଥିଲେ । ସେଠାରେ ପାରିବାରିକ କଳହକୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ବାପା ନିରୁ ତାର 3ମାସର ଶିଶୁପୁତ୍ରକୁ କଚାଡି କଚାଡି ମାରିଦେଇଛି । ଏହାପରେ ନିଜେ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.