ETV Bharat / state

ଜଳ କଷ୍ଟରେ ଜର୍ଜରିତ ଭୂଇଁପାଣି ବରପଦରପଡା ଗ୍ରାମବାସୀ

author img

By

Published : May 25, 2021, 6:35 AM IST

ଜଳ କଷ୍ଟ ଭୋଗୁଛନ୍ତି ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ଦୀର୍ଘ 125 କିଲୋମିଟର ଦୂରରେ ଥିବା ଭୂଇଁପାଣି ବରପଦରପଡା ଗ୍ରାମବାସୀ । ଖରା ଦିନେ ପାଣି ନପାଇ ଡହଳ ବିକଳ ଆଦିମ ଜନଜାତି । ଅଧିକ ପଢନ୍ତୁ...

ଜଳ କଷ୍ଟରେ ଜର୍ଜରିତ ଭୂଇଁପାଣି ବରପଦରପଡା ଗ୍ରାମବାସୀ
ଜଳ କଷ୍ଟରେ ଜର୍ଜରିତ ଭୂଇଁପାଣି ବରପଦରପଡା ଗ୍ରାମବାସୀ

ନୂଆପଡା: ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ଦୀର୍ଘ 125 କିଲୋମିଟର ଦୁର୍ଗମ ପାହାଡିଆ ପାଦାଚଲା ରାସ୍ତାରେ ଅବସ୍ଥିତ ଭୂଇଁପାଣି ବରପଦରପଡା ଗାଁ । ଘଞ୍ଚ ଜଙ୍ଗଲ ଭରା ଏହି ଗ୍ରାମରେ ଜଳ ପାଇଁ ଛଟପଟ ହେଉଛନ୍ତି ଗ୍ରାମବାସୀ । ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ବିଜୁଳି, ପାଣି ଭଳି ମୌଳିକ ଅଧିକାର ସାତ ସପନ ପାଲଟିଛି ଏହି ଗାଁ ପାଇଁ । ଯୁଗଯୁଗ ଧରି ଏଠିକାର ଲୋକେ ଜଙ୍ଗଲର ଝରଣା ପାଣିରେ ଶୋଷମେଣ୍ଟାଇ ଜୀବନ ବଞ୍ଚାଇ ଛନ୍ତି । ଚଳିତ ବର୍ଷ ପ୍ରଚଣ୍ଡ ଟାଣ ଖରାରେ ଶୁଖିଗଲା ଝରଣା । ଫଳରେ ପାଣି ନପାଇ ଡହଳ ବିକଳ ଆଦିମ ଜନଜାତି । ବାଧ୍ୟହୋଇ ଗାଁ ନିକଟସ୍ଥ 5କିଲୋମିଟର ଦୁରତାରେ ଅବସ୍ଥିତ ରେଢ଼ାଖୋଲ, ଛୁଇଁପାଣି ଗାଁକୁଯାଇ ଜଳ ସଂଗ୍ରହ କରୁଛନ୍ତି ।

ଜଳ କଷ୍ଟରେ ଜର୍ଜରିତ ଭୂଇଁପାଣି ବରପଦରପଡା ଗ୍ରାମବାସୀ

ମାଓ ଅଧ୍ୟୁଷିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରୁଥିବା ସରକାର ଡିଣ୍ଡିମ ଦେଉଛନ୍ତି । ହେଲେ ନୂଆପଡା ଜ଼ୀଲ୍ଲା ଭୂଇଁପାଣି ବରପଦରପଡା ଲୋକେ ବିକାଶର ବହୁ ଦୂରରେ । ଦୁର୍ଭାଗ୍ୟର ବିଷୟ ଏଠିକାର ନିରିହ ଜଙ୍ଗଲିଆଙ୍କୁ ଗାଧୋଇବା ପାଇଁ ମଧ୍ୟ ମିଳୁନାହିଁ ପାଣି । ଫଳରେ ଅଗାଧୁଆ ଅବସ୍ଥାରେ ଜୀବନ ଜିଉଁଛନ୍ତି ଗାଁଲୋକେ । ଭୂଇଁପାଣି ବରପଦରପଡା ଗାଁ ଲୋଜଙ୍କ ଜଳକଷ୍ଟ ନେଇ ଆମ ଚ୍ୟାନେଲ ମାଧ୍ୟମରେ 2019-20 ବର୍ଷରେ ଖବର ପ୍ରସାରଣ କରାଯାଇଥିଲା ।

ସେତେବେଳେ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ଗାଁଲୋକଙ୍କୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲା । ତତକ୍ଷଣାତ ଜଙ୍ଗଲ ଭିତରେ ଥିବା ଓଡ଼ଦିକ ନଦୀ ମୁହାଁଣରେ 12ଲକ୍ଷ ଟଙ୍କା ବ୍ୟୟରେ ଓଭରହେଡ ପାଣିଟାଙ୍କି ଆରମ୍ଭହୋଇ ଦୀର୍ଘ 1ବର୍ଷ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି । ଏହିକାମ କୁ ତୁରନ୍ତ ସମ୍ପୂର୍ଣ୍ଣ କରି ଜଳଯୋଗାଣ କରିବାକୁ ଗାଁଲୋକେ ଦାବିକରିଛନ୍ତି । ଅପରପକ୍ଷରେ ପାଇପ ଲାଇନକାମ ଟେଣ୍ଡର ପ୍ରକ୍ରିୟା ଚାଲିଛି । ଖୁବ ଶୀଘ୍ର କାମ ଶେଷକରି ପାଇପ ଲାଇନରେ ଜଳଯୋଗାଣ କରିବେ ବୋଲି ବୋଡେ଼ନ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.