ETV Bharat / state

ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ସରିବା ପରେ ଅନ୍ୟ ସେମିଷ୍ଟାର ନେଇ ନିଷ୍ପତ୍ତି ନିଆଯିବ: ମନ୍ତ୍ରୀ

author img

By

Published : Jul 17, 2021, 5:30 PM IST

ପିଜି ଓ ୟୁଜି ଶେଷ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବା ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ଶେଷ ବର୍ଷର ପରୀକ୍ଷା ସରିବା ପରେ ଅନ୍ୟ ସେମିଷ୍ଟାର ନେଇ ନିଷ୍ପତ୍ତି ନିଆଯିବ: ମନ୍ତ୍ରୀ
ଶେଷ ବର୍ଷର ପରୀକ୍ଷା ସରିବା ପରେ ଅନ୍ୟ ସେମିଷ୍ଟାର ନେଇ ନିଷ୍ପତ୍ତି ନିଆଯିବ: ମନ୍ତ୍ରୀ

ନୟାଗଡ: ପିଜି (PG) ଏବଂ ୟୁଜି (UG) ତଥା ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ହେଲେ ଅନ୍ୟ ସେମିଷ୍ଟାର ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଏନେଇ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି । ଇତି ମଧ୍ୟରେ ୟୁଜିସି(UGC) ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି l ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହି ନୂଆ ଗାଇଡଲାଇନ ଜାରିକରିଛି (UGC)।

ଶେଷ ବର୍ଷର ପରୀକ୍ଷା ସରିବା ପରେ ଅନ୍ୟ ସେମିଷ୍ଟାର ନେଇ ନିଷ୍ପତ୍ତି ନିଆଯିବ: ମନ୍ତ୍ରୀ

ଜୁଲାଇ ୩୧ ପୂର୍ବରୁ ସମସ୍ତ ଯୁକ୍ତଦୁଇ ଫଳାଫଳ ବାହାର କରିବା ସହ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ୱର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୩୧ ସୁଦ୍ଧା ବଳକା ସିଟ୍ ପାଇଁ ନାମଲେଖା ଶେଷ କରିବାକୁ ଗାଇଡଲାଇନ ଜାରି ହୋଇଛି । ଅକ୍ଟୋବର ୧ରୁ ଶିକ୍ଷାବର୍ଷ ପାଇଁ ପାଠପଢ଼ା ହେବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ପିଜି ଏବଂ ଯୁକ୍ତ 3 ଶେଷ ବର୍ଷ ପରୀକ୍ଷା ଖୁବଶୀଘ୍ର ଅନୁଷ୍ଠିତ ହେବ । ଶେଷ ବର୍ଷ ବ୍ୟତୀତ ଅନ୍ୟ ସେମିଷ୍ଟାରର ପରୀକ୍ଷା ହେବ ନାଁ ଅନ୍ୟ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ସେନେଇ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଶେଷ ବର୍ଷର ପରୀକ୍ଷା ଶେଷ ହେବା ପରେ ଅନ୍ୟ ସେମିଷ୍ଟାର ହେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.