ETV Bharat / state

ଜୁଇରୁ ମୃତଦେହକୁ ଉଠାଇନେଲା ପ୍ରଶାସନ

author img

By

Published : May 21, 2021, 12:15 PM IST

କୋରୋନାରେ ପ୍ରାଣ ହରାଇଥିବା ବୃଦ୍ଧାଙ୍କୁ ତରବରିଆ ଭାବେ ଗାଁ ଶ୍ମଶାନରେ ଦାହ କରିବାକୁ ଚାଲିଥିଲା ଉଦ୍ୟମ l ପ୍ରଶାସନ ଶ୍ମଶାନରୁ ଉଠାଇ ଆଣିଲା ମୃତଦେହ । ଅଧିକ ପଢନ୍ତୁ...

ଶ୍ମଶାନରୁ ବୃଦ୍ଧାଙ୍କ ମୃତ ଦେହକୁ ଉଠେଇନେଲା ପ୍ରଶାସନ
ଶ୍ମଶାନରୁ ବୃଦ୍ଧାଙ୍କ ମୃତ ଦେହକୁ ଉଠେଇନେଲା ପ୍ରଶାସନ

ନୟାଗଡ଼: ଶ୍ମଶାନରୁ ବୃଦ୍ଧାଙ୍କ ମୃତଦେହକୁ ଉଠେଇନେଲା ପ୍ରଶାସନ । ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ଗଣିଆ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମର ସୁବର୍ଣ୍ଣ ବସ୍ତି ଗୁରୁବାର କୋରୋନାରେ ମୃତ୍ୟୁ ବରଣ କରିଥିଲେ । ତେବେ ପରିବାରର 5 ଜଣ ସଦସ୍ୟ କରୋନା ଆକ୍ରାନ୍ତ ଥିବାରୁ ସମସ୍ତେ ଗୃହ ସଙ୍ଗରୋଧରେ ଥାଇ ମଧ୍ୟ ପ୍ରଶାସନକୁ ନଜଣାଇ ଗାଁ ଶ୍ମଶାନରେ ସତ୍କାର ପାଇଁ ଉଦ୍ୟମ ଚଳାଇଥିଲେ ।

ଶ୍ମଶାନରୁ ବୃଦ୍ଧାଙ୍କ ମୃତ ଦେହକୁ ଉଠେଇନେଲା ପ୍ରଶାସନ

ତେବେ ବୃଦ୍ଧାଙ୍କୁ ମୁଖାଗ୍ନି ଦେବା ପୂର୍ବରୁ ଗଣିଆ ବ୍ଲକ ପ୍ରଶାସନ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଅତିରିକ୍ତ ତହସିଲଦାର ବନମାଳୀ ପରିଡା ତତ୍ବାବଧାନରେ ବୃଦ୍ଧାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଯୋଗେ ନୟାଗଡ଼କୁ ସ୍ଥାନାନ୍ତରିତ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.