ETV Bharat / state

ନୟାଗଡ ଯଦୁପୁରରେ SIT

author img

By

Published : Dec 23, 2020, 11:44 AM IST

Updated : Dec 23, 2020, 12:27 PM IST

ନୟାଗଡ ଯଦୁପୁରରେ SIT
ନୟାଗଡ ଯଦୁପୁରରେ SIT

11:38 December 23

ନୟାଗଡ ଯଦୁପୁରରେ SIT

ନୟାଗଡ ଯଦୁପୁରରେ SIT

ନୟାଗଡ: ନୟାଗଡ ଯଦୁପୁରରେ ପୁଣି SIT । ଗାଁରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଯଦୁପୁରରେ ପହଞ୍ଚି ଓଡ୍ରାଫ ଟିମ ସହ ଆଲୋଚନା କରୁଛନ୍ତି l ଏହା ପରେ ଅଭିଯୁକ୍ତ କଲେଜ ଛାତ୍ରଙ୍କ ମା ଓ ଭଉଣୀକୁ ତଦନ୍ତ କରିବେ ବୋଲି ସୂଚନା ମିଳିଛି ।  

ସୂଚନାଥାଉକି, ନୟାଗଡ ନାବାଳିକା ହତ୍ୟା ଘଟଣାରେ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ଏସଆଇଟି । ଛାତ୍ର ଜଣଙ୍କ ଦୁଷ୍କର୍ମ ଓ ହତ୍ୟା କରିଥିବାର ଅଭିଯୋଗରେ ଗିରଫ କରାଯାଇଥିବା ଗତକାଲି(ମଙ୍ଗଳବାର) ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ।  

ଏହାସହ ଝିଅର ଲେଙ୍ଗିନ୍ସକୁ ନିକଟରେ ଥିବା ପୋଖରୀରେ ଫୋପାଡି ଥିବା ଅଭିଯୁକ୍ତ ମାନିଥିବା ମଧ୍ୟ ସେ କହିଥିଲେ । ଯାହାକୁ ନେଇ ଗତକାଲି ପୋଖରୀକୁ ଶୁଖା ଯାଇଥିଲା । ସେଠାରୁ ନାବାଳିକାର ଲେଙ୍ଗିନ୍ସ ମିଳିଥିବା ଦେଖିବାକୁ ମିଳିଛି ।  

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 23, 2020, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.