ETV Bharat / state

ପଲ୍ୟୁସନ ଟେଷ୍ଟିଙ୍ଗ କାରର ସିରିଜ ଦୁର୍ଘଟଣା, 4 ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର

author img

By

Published : Dec 10, 2020, 10:41 PM IST

ଜଳିଗଲା ଦୁର୍ଘଟଣା ଘଟାଇଥିବା ମାରୁତି କାର l ଫଳରେ 4 ଜଣ ଗୁରୁତର ଆହତ ହୋଇଛନ୍ତି l ଜିଲ୍ଲାର ଫତେଗଡ ଥାନା ମାଣିବନ୍ଧ ଗାଁରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

ପଲ୍ୟୁସନ ଟେଷ୍ଟିଙ୍ଗ କାରର ସିରିଜ ଦୁର୍ଘଟଣା, 4 ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର
ପଲ୍ୟୁସନ ଟେଷ୍ଟିଙ୍ଗ କାରର ସିରିଜ ଦୁର୍ଘଟଣା, 4 ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର

ନୟାଗଡ଼: ଜଳିଗଲା ଦୁର୍ଘଟଣା ଘଟାଇଥିବା ମାରୁତି କାର l ଫଳରେ 4 ଜଣ ଗୁରୁତର ଆହତ ହୋଇଛନ୍ତି l ଜିଲ୍ଲାର ଫତେଗଡ ଥାନା ମାଣିବନ୍ଧ ଗାଁ ରେ ଘଟିଛି ଏହି ଦୁର୍ଘଟଣା । ଖଣ୍ଡପଡା ଠାରୁ କଳାପଥର ଅଭିମୁଖେ ପଲ୍ୟୁସନ ଟେଷ୍ଟିଙ୍ଗ ମାରୁତି କାରଟି ଯାଉଥିବାବେଳେ ମାଣିବନ୍ଧ ଠାରେ 2 ଟି ମଟର ସାଇକେଲ ସହ ଧକ୍କା ହୋଇଥିଲା । ଲୋକେ ହୋହାଲା କରିବାରେ ମାରୁତି କାରଟି ସେ ସ୍ଥାନ ଛାଡି ଦ୍ରୁତ ଗତିରେ ପଳାଇଯାଉଥିବାବେଳେ ଏକ ଗଛରେ ପିଟି ହୋଇଯାଇ ଜଳି ଯାଇଥିଲା l

ପଲ୍ୟୁସନ ଟେଷ୍ଟିଙ୍ଗ କାରର ସିରିଜ ଦୁର୍ଘଟଣା, 4 ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର

ଫଳରେ ମାରୁତି ଭିତରେ ଥିବା ଦୁଇ ଲୋକ ଜଳି ଗୁରୁତର ହୋଇପଡିଥିବାବେଳେ ମଟର ସାଇକେଲ ଆରୋହୀଙ୍କୁ ମିଶାଇ ମୋଟ 4ଜଣ ଦୁର୍ଘଟଣାରେ ଗୁରୁତର ହୋଇଥିବା ଖବର ମିଳିଛି । ତେବେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.