ETV Bharat / state

ଅନୁଗୋଳ ବାଳସୁଧାର ଗୃହକୁ ଗଲା ଅଭିଯୁକ୍ତ, 8ରେ ହେବ ହାଜର

author img

By

Published : Jan 5, 2021, 9:56 PM IST

Updated : Jan 5, 2021, 10:58 PM IST

ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନୟାଗଡ ପକ୍ସୋ କୋର୍ଟରେ ନାବାଳକ ପ୍ରମାଣିତ ହୋଇଛନ୍ତି । ଏହା ପରେ ତାଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ...

pari murder case accused pocso court sent to juvenile home anugul
ଅନୁଗୋଳ ବାଳସୁଧାର ଗୃହକୁ ଗଲା ଅଭିଯୁକ୍ତ, ପୁଣି 8ରେ ହେବ ହାଜର

ନୟାଗଡ: ଅନୁଗୋଳ ସୁଧାର ଗୃହକୁ ଗଲା ଅଭିଯୁକ୍ତ । ପୁଣି 8ରେ ହାଜର ହେବ । ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନୟାଗଡ ପକ୍ସୋ କୋର୍ଟରେ ନାବାଳକ ପ୍ରମାଣିତ ହୋଇଛନ୍ତି ।

ଅନୁଗୋଳ ବାଳସୁଧାର ଗୃହକୁ ଗଲା ଅଭିଯୁକ୍ତ, ପୁଣି 8ରେ ହେବ ହାଜର

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ନାବାଳକ ଭାବେ ଆଜି ନୟାଗଡ଼ କିଶୋର ନ୍ୟାୟ ପରିଷଦରେ ହାଜର ହେବା ପରେ ତାକୁ ସୁଧାର ଗୃହକୁ ପଠାଯାଇଛି । ତେଣୁ ସେ ଆଉ ପୂର୍ବ ଭଳି ନୟାଗଡ଼ ଉପକାରାଗାରରେ ରହିବେ ନାହିଁ । ସେପଟେ ଆଜି ଏସଆଇଟି ମଧ୍ୟ ଅଭିଯୁକ୍ତର ନାର୍କୋଟିକ ଟେଷ୍ଟ Narco Analysis Test ପାଇଁ ଆବେଦନ କରିଥିଲେ । ତେଣୁ ଏନେଇ ଆସନ୍ତା 8 ତାରିଖରେ ଶୁଣାଣି ହେବ ବୋଲି ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର ସୂଚନା ଦେଇଛନ୍ତି ।

ସେପଟେ ଆଜି ଅଭିଯୁକ୍ତଙ୍କୁ ନାବାଳକ କୁହାଯିବା ପରେ ଏହି ଘଟଣାରେ କିଛି କହିବେ ନାହିଁ ବୋଲି ଗଣମାଧ୍ୟମକୁ ମନା କରି ତାଙ୍କ ମା କହିଛନ୍ତି ଯେ " ନାଇଁ ଆଜ୍ଞା କିଛି କହିବିନି, ମୋ ଝିଅକୁ ବାହା କରିପାରୁନି l ବହୁତ କଷ୍ଟ ହେଉଛି "ବୋଲି କହିବା ସହ ଗଣମାଧ୍ୟମକୁ ଏଡ଼ାଇ ଦେଇଛନ୍ତି ।

ସେହିପରି ପରୀ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ରଣଜିତ ଦାଶ l ସେ ଏସଆଇଟି ଉପରେ ବର୍ଷିବା ସହ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି l ଓସିଫିକ ଟେଷ୍ଟ ପାଇଁ ଏସଆଇଟି କାହାଠୁ ଅନୁମତି ଆଣିଥିଲା ବୋଲି ପ୍ରଶ୍ନ କରିଛନ୍ତି l ମାଟ୍ରିକ ସାର୍ଟିଫିକେଟକୁ ଦେଖି କୋର୍ଟ ଐତିହାସିକ ରାୟ ଦେଇଛନ୍ତି l ସାଧାରଣ ଲୋକ ଆଜି ପୋଲିସ ଉପରେ ଭରସା ହରାଇଛନ୍ତି l ଏସଆଇଟିକୁ ବଡ଼ ଧକ୍କା ବୋଲି କହିଛନ୍ତି l ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି l

ସୂଚନା ଥାଉକି ରାଜ୍ୟର ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

Last Updated : Jan 5, 2021, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.