ETV Bharat / state

ବାଘ ଦାନ୍ତ ଜବତ କଲା ବନ ବିଭାଗ, ଜଣେ ଯୁବକ ଗିରଫ

author img

By

Published : Sep 4, 2022, 7:34 AM IST

ନୟାଗଡ଼ ରଣପୁରରେ ବନ ବିଭାଗ ଚଢ଼ାଉ କରି ଜଣେ ବାଘ ଦାନ୍ତ ବେପାରୀକୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ୨ଟି ବାଘ ଦାନ୍ତ ସମେତ ଗୋଟିଏ ନେପାଳୀ ମୂଷା ଓ ଗୋଟିଏ ଶୁଆ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ବାଘ ଦାନ୍ତ ଜବତ କଲା ବନ ବିଭାଗ, ଜଣେ ଯୁବକ ଗିରଫ
ବାଘ ଦାନ୍ତ ଜବତ କଲା ବନ ବିଭାଗ, ଜଣେ ଯୁବକ ଗିରଫ

ନୟାଗଡ଼: ରଣପୁର ବନାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶିକାର । ବାରମ୍ବାର ଏଭଳି ଅଭିଯୋଗ ଆସୁଥିବା ବେଳେ ଏବେ ପୁଣି ଜଣେ ବାଘ ଦାନ୍ତ ଓ ନଖ ବେପାରୀକୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତ ଠାରୁ ୨ଟି ବାଘ ଦାନ୍ତ ସମେତ ଗୋଟିଏ ନେପାଳୀ ମୂଷା ଓ ଶୁଆ ଜବତ । ତେବେ ଅଭିଯୁକ୍ତର ନାମ ଗୋପନ ରଖାଯାଇଛି ।

ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳରେ ବେଧଡକ ଭାବେ ଚାଲିଛି ବନ୍ୟଜନ୍ତୁ ଶିକାର । କେତେବେଳେ ବାଘ ଦାନ୍ତ ଓ ନଖ ତ ପୁଣି କେତେବେଳେ ହାତୀ ଦାନ୍ତ ଚୋରାଚାଲାଣ ଅଭିଯୋଗ ହେଉଛି । ୨୦୨୦ରେ ରଣପୁର ଅଞ୍ଚଳରୁ ବାଘ ଛାଲ ଜବତ ହୋଇଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବାଘକୁ ଅଭିଯୁକ୍ତ ମାନେ ହତ୍ୟା କରିବା ବେଳର ଲାଇଭ ଫୋଟୋ ମଧ୍ୟ ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ବାଘ ଛାଲ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା ।

ବାଘ ଦାନ୍ତ ଜବତ କଲା ବନ ବିଭାଗ, ଜଣେ ଯୁବକ ଗିରଫ

ତେବେ ଶନିବାର ଏହି ଦିଗରେ ରଣପୁର ବନ ବିଭାଗ ସଫଳତା ହାସଲ କରିଛି । ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ବନବିଭାଗ ତଳମଣିନାଗ ରାସ୍ତାରେ ଚଢାଉ କରି ଜଣେ ବାଘଦାନ୍ତ ବେପାରୀକୁ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୨ଟି ବାଘଦାନ୍ତ, ଗୋଟିଏ ନେପାଳୀ ମୂଷା ଓ ଗୋଟିଏ ଶୁଆ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣଙ୍କ ରଣପୁର ଅଞ୍ଚଳର ହୋଇଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ସମ୍ପୃକ୍ତ ବ୍ୟକ୍ତିର ନାମ ଗୋପନ ରଖାଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.