ETV Bharat / state

ନୟାଗଡ ଗସ୍ତରେ ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ

author img

By

Published : Mar 10, 2023, 10:19 AM IST

ନୟାଗଡ଼ ଗସ୍ତରେ ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ରାଜ୍ୟରେ ସରକାରଙ୍କ ସମସ୍ତ ପ୍ରକଳ୍ପ ଚାଷୀଙ୍କ କାର୍ଯ୍ୟକ୍ଷମତାକୁ ଦୁଇଗୁଣ କରିବ ବୋଲି ସେ ମତ ପୋଷଣ କରିଥିଲେ । ଅଧିକ ପଢ଼ନ୍ତୁ

ନୟାଗଡ଼ ଗସ୍ତରେ ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ
ନୟାଗଡ଼ ଗସ୍ତରେ ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ

ଭୁବନେଶ୍ବର: ନୟାଗଡ଼ ଗସ୍ତରେ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ଓ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି । ଏହାସହ ଜିଲ୍ଲାର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ ସେ ଆଲୋଚନା କରିଛନ୍ତି । ତେବେ ରାଜ୍ୟରେ ସରକାରଙ୍କ ସମସ୍ତ ପ୍ରକଳ୍ପ ଚାଷୀଙ୍କ କାର୍ଯ୍ୟକ୍ଷମତାକୁ ଦୁଇଗୁଣ କରିବ ବୋଲି ସେ ମତ ପୋଷଣ କରିଥିଲେ ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ଅନ୍ୟ ଏକ ବୈଠକରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁଙ୍କ ସହିତ ଓଏଲଆଇସି ଅଧ୍ୟକ୍ଷ ନୟାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସବିଶେଷ ସମୀକ୍ଷା କରିଥିଲେ । ଏହାସହ କୃଷକମାନଙ୍କର ଅଭିଯୋଗର ଶୁଣାଣି ଏହାର ଯଥା ସମ୍ଭବ ସମାଧାନ କରାଯିବ ବୋଲି କହିଥିଲେ ।

ନୟାଗଡ଼ର ବିଭିନ୍ନ ଅଞ୍ଚଳରେ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗୀକରଣ, ପ୍ରକଳ୍ପର ପାଇପ ମରାମତି, ରକ୍ଷଣାବେକ୍ଷଣ, ସେଚାଞ୍ଚଳର ଉନ୍ନତିକରଣ, ମରାମତି ଯୋଗ୍ୟ ପ୍ରକଳ୍ପର ପୁନଃ କାର୍ଯ୍ୟକ୍ଷମ କରାଯିବା ସଂପର୍କିତ କୃଷକମାନଙ୍କର ରହିଥିବା ଅଭିଯୋଗର ଶୁଣାଣି କରାଯାଇଛି । ଅଭିଯୋଗର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଉଠା ଜଳସେଚନ ପ୍ରକଳ୍ପ ଗୁଡିକରୁ କୃଷକମାନେ କିପରି ଅଧିକରୁ ଅଧିକ ଲାଭ ଉଠାଇ ପାରିବେ, ସେ ସଂପର୍କରେ ଆଲୋକପାତ କରି ଧାନ ବ୍ୟତୀତ ଡାଲି, ତୈଳବୀଜ ଆଦି ଅନ୍ୟ ଅର୍ଥକାରୀ ଫସଲ ଚାଷ କରିବାକୁ ଅଧ୍ୟକ୍ଷ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଉପସ୍ଥିତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ସୁବିଧାଜନକ ଥିବା ସବୁ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚିତ କରି କୃଷିର ଉନ୍ନତି ସହ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ଓଏଲଆଇସି ପ୍ରତି ତାଙ୍କର ଯେଉଁ ଭରସା ରହିଛି, “୫-ଟି” ଉପକ୍ରମ ଆଧାରରେ ସମ୍ମିଳିତ ପ୍ରଚେଷ୍ଟା ଜାରି ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଏବଂ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣରେ ଉପଯୁକ୍ତ ସହଯୋଗ ଜାରି ରଖିଲେ ଆମେ ନିଶ୍ଚିତ ଭାବେ ଅଧିକ ସଫଳତା ହାସଲ କରିପାରିବା ।

ଯେଉଁସ୍ଥାନରେ ନୂତନ ପ୍ରକଳ୍ପର ଆବଶ୍ୟକତା ରହିଛି, ଆଗାମୀ ଏପ୍ରିଲ ମାସରେ ତାହା ଆବେଦନ କରିବାକୁ ବୈଠକରେ ଜନସାଧାରଣ ତଥା କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି । ଉଭୟ ବୈଠକରେ କଟକ ଓଏଲଆଇସି ଅଧିକ୍ଷଣ ଯନ୍ତ୍ରୀ ମାନସ ରଂଜନ ନାୟକ, ନୟାଗଡ଼ର ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ଦାସ, ଖଣ୍ଡପଡାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ତରାଇ, ଦଶପଲ୍ଲାର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.