ETV Bharat / state

ନୟାଗଡକୁ ମିଳିଲା ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ, ନିଜେ ବସ୍‌ ଚଲାଇ ଉଦଘାଟନ କଲେ ମନ୍ତ୍ରୀ

author img

By

Published : Dec 23, 2021, 10:08 AM IST

ବହୁ ପ୍ରତୀକ୍ଷାର ହେଲା ଅନ୍ତ । ଉଦଘାଟନ ହେଲା ନୟାଗଡ଼ ଅତ୍ୟାଧୁନିକ ବସଷ୍ଟାଣ୍ଡ(nayagarh bus stand) । 4 କୋଟି 30 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ମନ୍ତ୍ରୀ ଅରୁଣ କୁମାର ସାହୁ ନିଜେ ବସ ଚଲାଇ ଶୁଭାରମ୍ଭ କରିଥିଲେ l ଅଧିକ ପଢନ୍ତୁ

ନୟାଗଡ଼ ଇତିହାସରେ ଯୋଡି ହେଲା ଆଉ ଏକ ମାଇଲଖୁଣ୍ଟ, ଉଦଘାଟନ ହେଲା ନୂଆ ବସଷ୍ଟାଣ୍ଡ
ନୟାଗଡ଼ ଇତିହାସରେ ଯୋଡି ହେଲା ଆଉ ଏକ ମାଇଲଖୁଣ୍ଟ, ଉଦଘାଟନ ହେଲା ନୂଆ ବସଷ୍ଟାଣ୍ଡ

ନୟାଗଡ଼: ବହୁ ପ୍ରତୀକ୍ଷାର ହେଲା ଅନ୍ତ । ଉଦଘାଟନ ହେଲା ନୟାଗଡ଼ ଅତ୍ୟାଧୁନିକ ବସଷ୍ଟାଣ୍ଡ(nayagarh bus stand) । ଟ୍ରାଫିକ ସମସ୍ୟାର ସମାଧାନ ସହ ବିକାଶ ପଥରେ ସାମିଲ ହେଲା ବହୁ ପ୍ରତିକ୍ଷିତ ନୟାଗଡ ନୂଆ ବସଷ୍ଟାଣ୍ଡ l 4 କୋଟି 30 ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଉଦଘାଟନ କରିବା ପରେ ଏହା କାର୍ଯ୍ୟକ୍ଷମ ହୋଇଛି । ଏଠାରେ ରହିଛି ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ଶୌଚାଳୟ , ଶୁଦ୍ଧ ପାନୀୟ ଜଳ , ଆଲୋକୀକରଣ ଓ ବସ ରହଣି ପାଇଁ ଅତ୍ୟାଧୁନିକ ପାର୍କିଂ ସୁବିଧା l ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ବସଷ୍ଟାଣ୍ଡର କାନ୍ଥବାଡରେ ବିଭିନ୍ନ ଚିତ୍ର ଅଙ୍କାଯିବା ସହ ବ୍ୟବସାୟ ପାଇଁ ଦୁଇମହଲା ବିଶିଷ୍ଟ ଦୋକାନ ଗୃହ ମଧ୍ୟ ନିର୍ମାଣ କରାଯାଇଛି l

ନୟାଗଡ଼ ଇତିହାସରେ ଯୋଡି ହେଲା ଆଉ ଏକ ମାଇଲଖୁଣ୍ଟ, ଉଦଘାଟନ ହେଲା ନୂଆ ବସଷ୍ଟାଣ୍ଡ

ଏହା ଛଡା ବିଭିନ୍ନ ଜିଲ୍ଲାକୁ ଯାତାୟାତ କରୁଥିବା ବସଗୁଡିକ ଏଣିକି ସିଧାସଳଖ ନୂଆ ବସଷ୍ଟାଣ୍ଡରୁ ଯାତାୟାତ କରିବା ପାଇଁ ବସ ମାଲିକ ସଂଘକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ଟ୍ରାଫିକ ସମସ୍ୟା ଦୂର ସହ ଦୀର୍ଘଦିନର ନୟାଗଡ ସହରବାସୀଙ୍କ ଦାବୀ ପୂରଣ ହୋଇଛି l

ପୁରୁଣା ସହର ସଦରଥାନା ନିକଟରେ 3 ଏକର ପରିମିତ ଯାଗାରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ । ଏଥିପାଇଁ ମୁନିସିପାଲିଟି ଓ ପୂର୍ତ୍ତବିଭାଗ(Municipalities and Public Works department) ପକ୍ଷରୁ 4 କୋଟି 30 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି l ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର ଓ ହୋଟେଲ ସୁବିଧା ପାଇଁ 29 ଲକ୍ଷ ଖର୍ଚ୍ଚ କରାଯାଇଛି । 19 ଲକ୍ଷ ଟଙ୍କାରେ ପୁରୁଷ ଓ ମହିଳାଙ୍କ ପାଇଁ 2 ଟି ଶୈାଚାଳୟ ,2 କୋଟି ଟଙ୍କା ବ୍ୟୟରେ ଦୁଇଟି ମାର୍କେଟ କମ୍ଲେକ୍ସ ଘର ନିର୍ମାଣ କରାଯାଇଛି । ଏହାଛଡା ବିଶୁଦ୍ଧ ପାନୀୟଜଳ ସୁବିଧା ସହ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ବସଷ୍ଟାଣ୍ଡ କାନ୍ଥବାଡରେ ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କାଯାଇଛି ।

ରାତିରେ ବସଷ୍ଟାଣ୍ଡର ଆଲୋକିକରଣ ପାଇଁ ହାଇମାସ୍କ ଲାଇଟ ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବସ ମାଲିକ ସଂଘ ପାଇଁ ଅଫିସ କାଯ୍ୟାଳୟ ନିର୍ମାଣ ସହ ବସ ରହିଣି ପାଇଁ ଅତ୍ୟାଧୁନିକ ପାର୍କିଂ ପ୍ଲେସ ନିର୍ମାଣ କରାଯାଇଛି । ନୂତନ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହିଥିବାରୁ ଏଠାରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଏହା ବେଶ ସହାୟକ ହେବ ବୋଲି ଉଦଘାଟନ ଅବସରରେ ଯୋଗଦେଇ କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା(Commerce and Transport Minister Padmanabha Behera) ଓ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ(Agriculture and Higher Education Minister Arun Kumar Sahoo) ।

ତେବେ ଏହି ବସଷ୍ଟାଣ୍ଡକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଉଦଘାଟନ କରିବା ପରେ ମନ୍ତ୍ରୀ ଅରୁଣ କୁମାର ସାହୁ ନିଜେ ବସ ଚଲାଇ ଗାଡି ଚଳାଚଳର ଶୁଭାରମ୍ଭ କରିଥିଲେ l ମନ୍ତ୍ରୀଙ୍କ ବସ ଚାଳନା ଦେଖି ଉତ୍ସାହିତ ହୋଇ ଉଠିଥିଲେ ଉପସ୍ଥିତ ବସ ମାଲିକ ଓ ସ୍ଥାନୀୟ ବାସିନ୍ଦାମାନେ । ନାନା ସମସ୍ୟା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ପୁରୁଣା ବସଷ୍ଟାଣ୍ଡର ସ୍ଥାୟୀ ସମାଧାନ ପାଇଁ 2002 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଅରୁଣ ସାହୁ 2010 ମସିହାରେ ଏହାର ଉଦଘାଟନ କରିଥିଲେ । କିନ୍ତୁ ଦୀର୍ଘଦିନ ଧରି କିଛି ବସ ମାଲିକଙ୍କ ଅସହଯୋଗ ଯୋଗୁଁ ଏହା ଭୂତକୋଠି ପାଲଟିଥିଲା ।

2019 ମସିହାରେ ସହରକୁ ମୁନିସିପାଲିଟିର ମାନ୍ୟତା ମିଳିବା ପରେ ନୂତନ ବସଷ୍ଟାଣ୍ଡଟିର ନବୀକରଣ କାର୍ଯ୍ୟ‌ ଆରମ୍ଭ ହୋଇଥିଲା । ଏବେ ତାହା ସଂମ୍ପୁର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବା ସହ ଲୋକଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ତେବେ ପୁରୁଣା ବସଷ୍ଟାଣ୍ଡ ଠାରୁ ନୂଆ ବସଷ୍ଟାଣ୍ଡର ଦୁରତା 2 କିଲୋମିଟର ରହିଥିବାରୁ ଯାତ୍ରୀଙ୍କ ଯାତାୟାତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.