ETV Bharat / state

ରକ୍ତ କର୍କଟରେ ପୀଡିତ ରବୀନ୍ଦ୍ର, ଚିକିତ୍ସା ପାଇଁ ଆବଶ୍ୟକ 30 ଲକ୍ଷ

author img

By

Published : May 5, 2022, 12:45 PM IST

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ଆବଶ୍ୟକ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ମୁମ୍ବାଇରେ ଥାଇ ଏକ ଭିଡ଼ିଓ ଜାରି କରି ସ୍ବାମୀଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ l ଅଧିକ ପଢନ୍ତୁ

ରକ୍ତ କର୍କଟରେ ପୀଡିତ ନୟାଗଡର ରବୀନ୍ଦ୍ର;ଚିକିତ୍ସା ପାଇଁ ଆବଶ୍ୟକ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ରକ୍ତ କର୍କଟରେ ପୀଡିତ ନୟାଗଡର ରବୀନ୍ଦ୍ର;ଚିକିତ୍ସା ପାଇଁ ଆବଶ୍ୟକ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନୟାଗଡ଼: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ଆବଶ୍ୟକ ୨୦ ରୁ ୨୫ ଲକ୍ଷ ଟଙ୍କା । ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ କୋମଣ୍ଡ ଗାଁର ରବୀନ୍ଦ୍ର କୁମାର ପ୍ରଧାନ l ରକ୍ତ କର୍କଟରେ ପୀଡିତ ହୋଇ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି l ଏବେ ସେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି l ଅଧିକ ଚିକିତ୍ସା ପାଇଁ ପ୍ରାୟ ୨୦ ରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି l ଏତେ ଟଙ୍କା କେଉଁଠୁ ଆଣିବେ ତାହାକୁ ନେଇ ଚିନ୍ତାରେ ପରିବାର ଲୋକେ l ରବୀନ୍ଦ୍ର ପାରାଦ୍ବୀପରେ ଏକ କମ୍ପାନୀରେ ଚାକିରି କରିଥିଲେ l ପରିବାର ଚଳାଇବାରେ ସକ୍ଷମ ଥିଲେ l

ରକ୍ତ କର୍କଟରେ ପୀଡିତ ନୟାଗଡର ରବୀନ୍ଦ୍ର;ଚିକିତ୍ସା ପାଇଁ ଆବଶ୍ୟକ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ହେଲେ ହଠାତ ଦେହ ଖରାପ ଆରମ୍ଭ ହେଲା l ପ୍ରଥମେ ଭୁବନେଶ୍ବରର ଏକ ମେଡିକାଲରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖା କରିଥିଲେ । ହେଲେ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର l ଏବେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି ରବୀନ୍ଦ୍ର l ଅର୍ଥ ନଥିବାରୁ କେମୋ ଦିଆଯାଇପାରୁନି l ଫଳରେ ରବୀନ୍ଦ୍ରଙ୍କ ଦେହ ଅଧିକ ଅସୁସ୍ଥ ହେଉଛି l

ରୋଗ ଭଲ ହେବା ପାଇଁ ହେଲେ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ(Bone marrow transplant) ଆବଶ୍ୟକ l ଏଥିପାଇଁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆବଶ୍ୟକ ଥିବା ଡାକ୍ତର କହୁଛନ୍ତି l ସରକାରୀ ସ୍ତରରୁ ଏପର୍ଯ୍ୟସ୍ତ କୌଣସି ସହାୟତା ମିଳି ପାରିନାହିଁ l ପରିବାର ଲୋକଙ୍କ ପାଖରେ ଯାହା ଟଙ୍କା ଥିଲା ତାହାକୁ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି l ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାରୁ ପରିବାର ଲୋକଙ୍କ ପାଖରେ ଏହା ସମ୍ଭବ ନୁହେଁ l ତେଣୁ ସରକାର ଏବଂ ବଦାନ୍ୟ ବ୍ୟକ୍ତିମାନେ ସାହାଯ୍ୟ ଓ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି ପତ୍ନୀ l ମୁମ୍ବାଇରେ ଥାଇ ଏକ ଭିଡ଼ିଓ ଜାରି କରି ସ୍ବାମୀଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.