ETV Bharat / state

ଦଲାଲକୁ ଧରାଇବାକୁ ପୋଲିସ ଡାକିଲେ ପରିବହନ ଅଧିକାରୀ, ପୋଲିସକୁ ଦେଖି ଦଲାଲ ଫେରାର

author img

By

Published : Nov 19, 2022, 10:10 AM IST

ନୟାଗଡ଼ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦଲାଲ ବିରୋଧରେ ଥାନାରେ ଅଭିଯୋଗ କଲେ ଆଞ୍ଚଳିକ ପରିବହନ ଅଧିକାରୀ । ପୋଲିସକୁ ଦେଖି ଫେରାର ହୋଇଛି ଅଭିଯୁକ୍ତ ଦଲାଲ । ଅଧିକ ପଢ଼ନ୍ତୁ

ଦଲାଲକୁ ଧରାଇବାକୁ ପୋଲିସ ଡାକିଲେ ପରିବହନ ଅଧିକାରୀ, ପୋଲିସକୁ ଦେଖି ଦଲାଲ ଫେରାର
ଦଲାଲକୁ ଧରାଇବାକୁ ପୋଲିସ ଡାକିଲେ ପରିବହନ ଅଧିକାରୀ, ପୋଲିସକୁ ଦେଖି ଦଲାଲ ଫେରାର

ନୟାଗଡ଼: ଦଲାଲ ବିରୋଧରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଦଲାଲ ବିରୋଧରେ ନୟାଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନୟାଗଡ ପରିବହନ ଅଧିକାରୀ । ପୋଲିସକୁ ଦେଖି ଖସି ପଳାଇଛି ଅଭିଯୁକ୍ତ ଦଲାଲ ।

ଦଲାଲକୁ ଧରାଇବାକୁ ପୋଲିସ ଡାକିଲେ ପରିବହନ ଅଧିକାରୀ, ପୋଲିସକୁ ଦେଖି ଦଲାଲ ଫେରାର

ପୂର୍ବରୁ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କ ରାଜ ଚାଲିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ସଜାଗ ହୋଇଥିଲେ ସରକାର । ପରିବହନକୁ 5Tରେ ଅନ୍ତର୍ଭୁକ୍ତ କରାଗଲା । ଦଲାଲମାନଙ୍କ ବିରୋଧରେ ମାମଲା ରୁଜୁ କରାଗଲା । ଏହାପରେ ମଧ୍ୟ ଆରଟିଓ କାର୍ଯ୍ୟାଳୟରେ ଦଲାଲଙ୍କ ଦଲାଲି କମି ନଥିବା ଦେଖିବାକୁ ମିଳିଛି । ନୟାଗଡ଼ ପରିବହନ ଅଫିସରେ ଜଗନ୍ନାଥ ପାଣି ନାମକ ଜଣେ ଦଲାଲ ଦଲାଲି କାର୍ଯ୍ୟ ଜାରି ରଖିଥିବା ପରିବହନ ଅଧିକାରୀ ଜାଣିପାରିଥିଲେ ।

ଅଭିଯୁକ୍ତ ଜଗନ୍ନାଥ ବିଭିନ୍ନ ବେଆଇନ କାର୍ଯ୍ୟକଳାପ କରୁଥିବା ଜାଣିବା ପରେ ସଙ୍ଗେସଙ୍ଗେ ନୟାଗଡ SPଙ୍କୁ ଖବର ଦେଇଥିଲେ ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ । ତେବେ ପୋଲିସ ପରିବହନ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ଦଲାଲ ଖସିପଳାଇ ଯିବାରେ ସକ୍ଷମ ହୋଇଛି । ଏନେଇ ନୟାଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନୟାଗଡ ପରିବହନ ଅଧିକାରୀ । ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.