ETV Bharat / state

କ୍ରାଇମ ସିନ୍‌ର ହେବ ରିକ୍ରିଏସନ, ପୁଣି ଯଦୁପୁର ଆସିପାରେ ଏସଆଇଟି

author img

By

Published : Dec 21, 2020, 12:35 PM IST

Updated : Dec 21, 2020, 12:57 PM IST

ନୟାଗଡର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ଆଜି ପୁଣି ଥରେ ଯଦୁପୁର ଆସିପାରେ ଏସଆଇଟି । ଅଧିକ ପଢନ୍ତୁ...

ନୟାଗଡ ନାବାଳିକା ହତ୍ୟା ମାମଲା
ନୟାଗଡ ନାବାଳିକା ହତ୍ୟା ମାମଲା

ନୟାଗଡ:ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ଏସଆଇଟି ଗତକାଲି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଅଭିଯୁକ୍ତ ଜଣଙ୍କ କୋର୍ଟ ଚାଲାଣ ହେବ। ସେପଟେ କୋର୍ଟ ଚାଲାଣ ପୂର୍ବରୁ କ୍ରାଇମ୍‌ ସିନର ରିକ୍ରିଏସନ କରାଯିବା ନେଇ ଚର୍ଚ୍ଚା ହେଉଛି । ଏନେଇ ଏସଆଇଟି ପୁଣି ଥରେ ଯଦୁପୁର ଆସିପାରେ ବୋଲି କୁହାଯାଉଛି।

ନୟାଗଡ ନାବାଳିକା ହତ୍ୟା ମାମଲା

ସକାଳେ SITର ଦୁଇ ଜଣ ଅଧିକାରୀ ଯଦୁପୁର ଆସି ସ୍ଥିତି ପରଖିଥିବାବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି କି ନାହିଁ ବୋଲି ଗ୍ରାମ ସଭାପତିଙ୍କ ଠାରୁ ପଚାରି ବୁଝିଥିଲେ । ତେବେ ପୁଣି ଥରେ SIT ଯଦୁପୁର ଆସିପାରେ ବୋଲି କୁହାଯାଉଛି ।

ଗତକାଲି(ରବିବାର) ଗିରଫ ହୋଇଥିବା ଅଭିଯୁକ୍ତକୁ ଆଜି ନୟାଗଡ ପୋକସୋ କୋର୍ଟରେ ହାଜର କରାଯିବ । ଏହା ପୂର୍ବରୁ ଅଭିଯୁକ୍ତକୁ ଡାକ୍ତରଖାନା ନିଆଯାଇଛି । ସେଠାରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ତେବେ କୋର୍ଟ ଚାଲାଣ ପୂର୍ବରୁ ଘଟଣାର ଡେମୋ ଦେଖାଇବ ଅଭିଯୁକ୍ତ । ଏନେଇ ପ୍ରସ୍ତୁତି ଆରମ୍ଭ ହେଉଛି । ନାବାଳିକାର ଅସ୍ତି ମିଳିଥିବା ପୋଖରୀକୁ ଶୁଖାଇବାକୁ ଏସଆଇଟି ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 21, 2020, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.