ETV Bharat / state

ବନ ବିଭାଗର ଚଢ଼ାଉ: ବାରହା ମାଂସ ସମେତ ସ୍କୁଟି ଜବତ

author img

By

Published : Mar 18, 2021, 7:58 PM IST

ନୟାଗଡ ଲଡୁ କିଶୋରପୁର ଶାସନରେ ବନ ବିଭାଗର ଚଢାଉ । ବାରହା ମାଂସ ସମେତ ଗୋଟିଏ ସ୍କୁଟି ଜବତ । ଅଧିକ ପଢନ୍ତୁ...

ବନ ବିଭାଗ ଚଢ଼ାଉ: ବାରାହା ମାଂସ ସମେତ ସ୍କୁଟି ଜବତ
ବନ ବିଭାଗ ଚଢ଼ାଉ: ବାରାହା ମାଂସ ସମେତ ସ୍କୁଟି ଜବତ

ନୟାଗଡ: ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଲଡୁ କିଶୋରପୁର ଶାସନରେ ବନ ବିଭାଗର ଚଢାଉ । ଘଟଣାସ୍ଥଳରୁ ବାରହା ମାଂସ ସମେତ ଗୋଟିଏ ସ୍କୁଟି, କଟୁରୀ ଓ କେବୁଲ ତାର ଜବତ । ମାଂସ ବିକ୍ରି କରୁଥିବା ବେପାରୀ ଫେରାର ।

ସୂଚନାଯୋଗ୍ୟ, ଲଡୁକିଶୋରପୁର ଶାସନରେ ବାରହା ମାଂସ ବିକ୍ରୟ ସହ ରନ୍ଧା ହେଉଥିବା ଜଣାପଡିଥିଲା । ଖବର ପାଇ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ଏଚଡିଙ୍କ ନିର୍ଦ୍ଦେଶକ୍ରମେ ମହିପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା, ମହିତମା ଫେରାଷ୍ଟର ରାକେଶ ସାହୁ ଏବଂ ନୂଆଗାଁ ବିଟ୍ ଫରେଷ୍ଟ ଗାର୍ଡ ଚଢାଉ କରିଥିଲେ । ଫଳରେ ଘଟଣାସ୍ଥଳରୁ ବାରହା ମାଂସ ଜବତ କରିବା ସହ ଗୋଟିଏ ସ୍କୁଟି, କଟୁରୀ ଓ ତାର ଜବତ କରାଯାଇଛି । ତେବେ ଘଟଣାସ୍ଥଳରୁ ବେପାରୀ ଫେରାର ହୋଇଯାଇଛି ।

ଏନେଇ ଏକ ମାମଲା ରୁଜୁ କରାଯିବା ସହ ରନ୍ଧା ମାଂସ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.