ETV Bharat / state

ନୟାଗଡ କଂଗ୍ରେସର ଅଭିଯୋଗ: ଅରୁଣଙ୍କ ସଙ୍ଗେ ପାର୍କରେ ବୁଲୁଛି ଅଭିଯୁକ୍ତ, ପୋଲିସ କହୁଛି ପାଉନି

author img

By

Published : Jun 18, 2022, 6:27 AM IST

ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ବଲାଙ୍ଗୀ ପାର୍କ ବୁଲୁଥିବା ଅଭିଯୋଗ କରିଛି କଂଗ୍ରେସ । ହତ୍ୟା ଉଦ୍ୟମ ଆସାମୀଙ୍କୁ ସୁରକ୍ଷା ଦେବା ଯୋଗୁଁ ନୟାଗଡରେ ଆଇନଶୃଙ୍ଖଳା ପରିସ୍ଥିତି ଆଧୋଗତି ମୁହାଁ ହେଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କଲା କଂଗ୍ରେସ
ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କଲା କଂଗ୍ରେସ

ନୟାଗଡ: ସଙ୍ଗୀନ ଅପରାଧିକ ମୁଦାଲାଙ୍କୁ ଧରି ପାର୍କ ବୁଲୁଛନ୍ତି ବିଧାୟକ ଅରୁଣ ସାହୁ । ଏହାକୁ ନେଇ ଥାନା ଘେରାଉ ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ । ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ବଲାଙ୍ଗୀ ପାର୍କ ବୁଲୁଥିବା ଅଭିଯୋଗ କରିଛି କଂଗ୍ରେସ । ହତ୍ୟା ଉଦ୍ୟମ ଆସାମୀଙ୍କୁ ସୁରକ୍ଷା ଦେବା ଯୋଗୁଁ ନୟାଗଡରେ ଆଇନଶୃଙ୍ଖଳା ପରିସ୍ଥିତି ଆଧୋଗତି ମୁହାଁ ହେଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି ।

ଏନେଇ ନୟାଗଡ SP ଅଲେଖ ପହୀଙ୍କୁ ଚିଠି ଲେଖି ରାଜନୈତିକ ଚାପରେ ପୋଲିସର କାର୍ଯ୍ୟଶୈଳୀ ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦୁଃଶାସନ ନାୟକଙ୍କ ଭଳି ସାଧାରଣ ଜନତା କେମିତି ନ୍ୟାୟ ପାଇପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଘଟଣା ଅନୁସାରେ ଇଟାମାଟି ଥାନାର ଶରଧାପୁର ଗ୍ରାମର ଦୁଃଶାସନ ନାୟକ ୬୦ ବର୍ଷ ବୟସ୍କ ବୃଦ୍ଧ ଏବଂ ତାଙ୍କର ପୁତ୍ରଙ୍କୁ ଗତ ଏପ୍ରିଲ ମାସରେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଇଟାମାଟି ଥାନା କେଶ ନମ୍ବର ୭୭/୨୦୨୨ ଅନୁଯାୟୀ ଭାରତୀୟ ଦଣ୍ଡବିଧି ଆଇନର ଦଫା 147, 148, 294, 323, 326, 307, 506, 149 ଏବଂ 25, 27 ଆରମ୍ସ ଆକ୍ଟ, 3, 4 ବିସ୍ଫୋରକ ପଦାର୍ଥ ଆଇନରେ ୧୧ ମୁଦାଲାଙ୍କ ବିରୁଦ୍ଧରେ ଆଜୀବନ କାରାଦଣ୍ଡ ଥିବା ସଂଗୀନ ଅପରାଧିକ ଦଫାରେ ମାମଲା ଦାଏର ହୋଇଥିଲା ।

ହେଲେ ସ୍ଥାନୀୟ ବିଧାୟକଙ୍କ ଚାପରେ ଇଟାମାଟି ଥାନା ଅଧିକାରୀ ଜଣେ ମୁଦାଲାଙ୍କୁ ଗିରଫ କରିବା ପାଇଁ ସାହସ ଜୁଟାଇ ପାରୁନି ବୋଲି କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ମୁଦାଲା ମାନେ ଖୁଲମଖୁଲା ବିଧାୟକ ଅରୁଣ ସାହୁଙ୍କ ସହ ବଲାଙ୍ଗୀ ପାର୍କରେ ବୁଲୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । କିନ୍ତୁ ପୋଲିସ କହୁଛି ଆମେ ଖୋଜି ପାଉନୁ ।

ଯଦି ଆଇନର ରକ୍ଷକ ସ୍ଥାନୀୟ ବିଧାୟକଙ୍କ ଚାପରେ ଅପରାଧୀ ମାନଙ୍କୁ ଗିରଫ କରିବ ନାହିଁ ତେବେ ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଯଦି ଅଭିଯୁକ୍ତମାନଙ୍କୁ 7ଦିନ ମଧ୍ୟରେ ଗିରଫ କରାନଯାଏ, ତେବେ ଇଟାମାଟି ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.