ETV Bharat / state

ଭଉଣୀକୁ ହତ୍ୟା କରି ଭାଇ ଗିରଫ

author img

By

Published : Nov 26, 2020, 6:03 PM IST

ଭଉଣୀକୁ ହତ୍ୟା କରି ଭାଇ ଗିରଫ
ଭଉଣୀକୁ ହତ୍ୟା କରି ଭାଇ ଗିରଫ

ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ବଡ ଭଉଣୀକୁ ହତ୍ୟା କଲା ଭାଇ । ଅଧିକ ପଢନ୍ତୁ...

ନୟାଗଡ଼: ଟଙ୍କା ପାଇଁ ଭାଇ ସାଜିଲା ନର ରାକ୍ଷାସ । ଯେଉଁ ହାତରେ ସୁରକ୍ଷା ପାଇଁ ଭଉଣୀ ରାକ୍ଷୀ ବାନ୍ଧୁଥିଲା ସେହି ହାତ ନେଇଗଲା ଭଉଣୀର ଜୀବନ। ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ।

ଭଉଣୀକୁ ହତ୍ୟା କରି ଭାଇ ଗିରଫ

ସୂଚନା ଅନୁଯାୟୀ, ଗତ ପ୍ରାୟ ୪ ମାସ ହେବ ବିଜୟନଗର ଏସଏଚଜି ଗ୍ରୁପରୁ ୨୦ ହଜାର ଟଙ୍କା ଋଣ ଆଣି ମମତା ସାନ ଭାଇ କାମାକ୍ଷାକୁ ଦେଇଥିଲେ। କିନ୍ତୁ କାମାକ୍ଷା ଏବାବଦରେ ତାଙ୍କୁ ସୁଧ ଦେଉନଥିଲେ । ଯେଉଁଥିପାଇଁ ଏସଏଚଜିର ଅନ୍ୟ ମହିଳାମାନେ ମମତାଙ୍କୁ ତାଗିଦ୍ କରୁଥିଲେ। ଯାହାକୁ ନେଇ ମମତା କାମାକ୍ଷାକୁ ଟଙ୍କା ପୁଣି ମାଗୁଥିଲେ । ଯାହାକୁ ନେଇ ଅନେକ ସମୟରେ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତ 3 ଦିନ ତଳେ କାମାକ୍ଷା ଖାଉଥିବା ବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ସେବେଠାରୁ କାମାକ୍ଷା ଘରେ ଆଉ ଖାଉନଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ଏଣୁ ଭଉଣୀକୁ ନିଜ ରାସ୍ତାରୁ ହଟାଇବା ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଗତ ସୋମବାର ରାତିରେ କାମାକ୍ଷା ନିଜ ସାଙ୍ଗମାନଙ୍କ ସହିତ ଭୋଜିଭାତ କରିଥିଲେ । ପ୍ରଚୁର ପରିମାଣର ମଦ ପିଇବା ସହ ଘରକୁ ନଫେରି ଜଣେ ପଡ଼ୋଶୀଙ୍କ ଘରେ ଶୋଇ ପଡ଼ିଥିଲେ ।

ହତ୍ୟା ଉଦ୍ଦେଶ୍ୟରେ ବିଳମ୍ବିତ ରାତିରେ ପଡ଼ୋଶୀ ଘରୁ ଉଠି ଭଉଣୀ ଶୋଇଥିବା ଘରେ ପଶିଥିଲେ । ଏକ କଟୁରୀରେ ମମତାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇଥିଲେ । ଭଉଣୀ ଚିତ୍କାର କରିଥିଲେ ମଧ୍ୟ ଏହା କାମାକ୍ଷଙ୍କ ହୃଦୟ ତରଳାଇ ପାରିନଥିଲା । ମଦନିଶାରେ ଥିବା କାମାକ୍ଷା ଏକଦମ ରାକ୍ଷସ ପାଲଟି ଯାଇଥିଲା । ଭଉଣୀକୁ ହତ୍ୟାକରି ପୁନର୍ବାର ଯାଇ ପଡ଼ୋଶୀ ଘରେ ଶୋଇ ପଡ଼ିଥିଲା କାମାକ୍ଷା ।

କିନ୍ତୁ ପୋଲିସ ପଡ଼ୋଶୀ ଘର ଯାଞ୍ଚ କରିବା ପରେ ସେଠାରୁ ଏକ ରକ୍ତ ଭିଜା ଗଞ୍ଜି ମିଳିଥିଲା । ଯାହା କାମାକ୍ଷର ବୋଲି ଜଣାପଡ଼ିଥିଲା ଗଣିଆ ପୋଲିସ କାମାକ୍ଷାକୁ ଗିରଫ କରି ଦଶପଲ୍ଲା ଜେଲକୁ ପଠାଇ ଦେଇଛି । ଏପଟେ ଅଭିଯୁକ୍ତ କାମାକ୍ଷା ପୋଲିସ ନିକଟରେ ସମସ୍ତ ଦୋଷ ସ୍ବୀକାର କରିଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.