ETV Bharat / state

ନୟାଗଡ଼ରେ ଚାଲିଛି ଜଙ୍ଗଲ ରାଜ: ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

author img

By

Published : Nov 30, 2020, 6:15 AM IST

Updated : Nov 30, 2020, 8:06 PM IST

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ପରୀ ପରିବାରକୁ ଭେଟିଲେ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ପଢନ୍ତୁ ଅଧିକ....

ନୟାଗଡ଼ରେ ଚାଲିଛି ଜଙ୍ଗଲ ରାଜ: ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ନୟାଗଡ଼ରେ ଚାଲିଛି ଜଙ୍ଗଲ ରାଜ: ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ନୟାଗଡ଼ଠୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ସେଇ ଗୋଟିଏ ସ୍ଲୋଗାନ ପରୀକୁ ନ୍ୟାୟ ଦାବି l ଏହାରି ମଧ୍ୟରେ ପରୀ ବାପା ମା' ଙ୍କ ସହ ଆଲୋଚନା କରିଛନ୍ତି କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ l

ନୟାଗଡ଼ରେ ଚାଲିଛି ଜଙ୍ଗଲ ରାଜ: ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ଆଲୋଚନା ପରେ ସେ ପରୀ ପରିବାରଙ୍କ ସହ ପରୀକୁ କିଭଳି ନ୍ୟାୟ ମିଳିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ l ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ,ନୟାଗଡ଼ରେ ଜଙ୍ଗଲ ରାଜ ଚାଲିଛି ।

ଯେବେ ତୃତୀୟ ମହଲାରୁ ଏକ ଗୋଷ୍ଠୀ ଅରୁଣ ସାହୁଙ୍କୁ ଗୁଣ୍ଡାଗର୍ଦ୍ଦି କରିବାକୁ ଲାଇସେନ୍ସ ବନ୍ଦ କରିନାହାନ୍ତି ସେ ପର୍ଯ୍ୟନ୍ତ ନୟାଗଡ଼ର ବିକାଶ ହୋଇପାରିବ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଅରୁଣ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦାବି ମଧ୍ୟ କରିଛନ୍ତି ପୂର୍ବତନ ସାଂସଦ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 30, 2020, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.