ETV Bharat / state

ଦରଦାମ ବୃଦ୍ଧିକୁ ନେଇ ମହିଳାଙ୍କ ବିକ୍ଷୋଭ, ବ୍ଲକ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

author img

By

Published : Nov 6, 2022, 4:01 PM IST

ଦରଦାମ ବୃଦ୍ଧିରୁ ଚିନ୍ତାରେ ପଡିଛନ୍ତି ମହିଳା । ଏହାସହ ମାଇକ୍ରୋଫାଇନାନ୍ସର ଶୋଷଣ ନୀତିରେ ଅତିଷ୍ଠ ହୋଇ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ରଣପୁରରେ ତାତିଲେ ମହିଳା, 14 ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ
ରଣପୁରରେ ତାତିଲେ ମହିଳା, 14 ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ନୟାଗଡ: ଆକାଶ ଛୁଆଁ ହୋଇଛି ଦର ଦାମ । ଫଳରେ ପରିବାର ଚଳାଇବା ସାଧାରଣ ଲୋକଟିଏ ପାଇଁ କଷ୍ଟକର ହୋଇଛି । ଏହାରି ଭିତର ମାଇକ୍ରୋଫାଇନାନ୍ସର ଶୋଷଣ ନୀତି ପାଇଁ ସମସ୍ୟାରେ ପଡିଛନ୍ତି ଲୋକେ । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । 14 ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମହିଳା ।

ରଣପୁରରେ ତାତିଲେ ମହିଳା, 14 ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମାଇକ୍ରୋଫାଇନାନ୍ସର ଶୋଷଣ ନୀତି ଆଦିକୁ ନେଇ 14 ଦଫା ଦାବି ନେଇ ରଣପୁରରେ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ରଣପୁର ବିଡ଼ିଓଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ,ରଣପୁର ବ୍ଲକ କମିଟି ପକ୍ଷରୁ ଦରବୃଦ୍ଧି, ବେଆଇନ ମଦ ଓ ମାଇକ୍ରୋଫାଇନାନ୍ସର ଗ୍ରାମାଞ୍ଚଳ ମହିଳାଙ୍କୁ ଶୋଷଣ ପ୍ରତିବାଦରେ ରଣପୁର ବ୍ଲକ୍ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରଣପୁର ପଞ୍ଚୁଦୋଳ ପଡ଼ିଆରୁ ଶତାଧିକ ମହିଳା ଏକତ୍ରୀତ ହୋଇ ଏକ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ସଂଗଠନର କେନ୍ଦ୍ରୀୟ ଉପାଧ୍ୟକ୍ଷା ତାପସୀ ପ୍ରହରାଜଙ୍କ ନେତୃତ୍ୱରେ ସରକାରଙ୍କ ଜନ ଶୋଷଣ ନୀତି ବିରୋଧରେ ନାରାବାଜି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ପାଖେଇ ଆସୁଛି ବାଲିଯାତ୍ରା, ମୁଖ୍ୟ ଆକର୍ଷଣ ହେବ କଟକ ଇନ୍‌ କଟକ

ଏହା ସହ ୧୪ଦଫା ସମ୍ବଳିତ ଏକ ଦାବିପତ୍ର ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠୀଙ୍କୁ ପ୍ରଦାନ କରିଥିଲେ । ଗତ ନିର୍ବାଚନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଦାବି ହୋଇଛି । ମହିଳାଙ୍କୁ ସଶକ୍ତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଆହୁରି ଯୋଜନା ପ୍ରସ୍ତୁତ କରିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରଣପୁର ଅଖିଳ ଭାରତୀୟ ମହିଳା ସମିତିର ବ୍ଲକ୍ ସଭାନେତ୍ରୀ ସଞ୍ଜୁକ୍ତା ସେଠୀଙ୍କ ସମେତ ଶତାଧିକ ମହିଳା କର୍ମୀ ଯୋଗ ଦେଇଥିଲେ । ଆଇନ ସୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ରଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.