ETV Bharat / state

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ଯୁବକ

author img

By

Published : Jul 22, 2021, 1:37 PM IST

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରୋଗ ଶଯ୍ୟାରେ ପଡିଛି ୩୦ ବର୍ଷର ଭେଣ୍ତିଆ ପୁଅ ବୁଟୁ। ଅଧିକ ପଢନ୍ତୁ...

family seek govt help to treatment for son in nayagarh
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ଯୁବକ

ନୟାଗଡ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରୋଗ ଶଯ୍ୟାରେ ପଡିଛି ୩୦ ବର୍ଷର ଭେଣ୍ତିଆ ପୁଅ ବୁଟୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗାଁରେ । ଗାଁର ଚିତ୍ରସେନ ଦାସଙ୍କ ପୁଅ ବୁଟୁଙ୍କୁ ବୟସ ୩୦ ହେବ । ଯେଉଁ ବୟସରେ ରୋଜଗାର କରିବା କଥା ସେ ବୟସରେ ସେ ଶଯ୍ୟାସାୟୀ । ହୃଦ ରୋଗରେ ପୀଡିତ ହୋଇ ୨ବର୍ଷ ଧରି ରୋଗ ଶଯ୍ୟାରେ ପଡି ଯୁଝି ହେଉଛି ବୁଟୁ। ଅର୍ଥ ଅଭାବ ହେବାରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହାଁନ୍ତି।

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ଯୁବକ

ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ବୁଟୁର ଛାତିରେ ଯନ୍ତ୍ରଣା ହେବାରୁ କଟକ SCB ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଚିକିତ୍ସା ହେବା ପରେ ଛାତିରେ ପାଣି ଜମିଥିବା ଜଣାପଡିଥିଲା । ପରେ ଜମିଥିବା ପାଣି ବାହାରିବା ପାଇଁ ଏକ ପାଇପ୍ ସହ ପଲିଥିନ ବ୍ୟାଗ ଲଗାଇ ଛାଡି ଦେଇଥିଲେ ଡାକ୍ତର। ଟଙ୍କା ଯୋଗାଡ ହୋଇ ନ ପାରିବାରୁ ଅଧିକା ଚିକିତ୍ସା ହୋଇ ପାରିଲା ନାହିଁ । ହେଲେ ୨ବର୍ଷ ହେବ ସେହି ପଲିଥିନ ବ୍ୟାଗକୁ ଧରି ଯନ୍ତ୍ରଣା ପାଉଛନ୍ତି । ବୁଟୁର ପରିବାର ଦିନ ମଜୁରିଆ ହୋଇଥିବାରୁ ଅପରେସନ ହୋଇ ପାରୁ ନାହିଁ। କିନ୍ତୁ ଦିନ ଗଡ଼ିବା ସହ ରୋଗ ମଧ୍ୟ ବଢି ଚାଲିଛି। ଏବେ ଜରୁରୀ ହୋଇ ପଡିଛି ଅପରେସନ।

ଏପରି ସ୍ଥଳେ ତାଙ୍କର ମା ଓ ସ୍ତ୍ରୀ ସରକାରଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି। ଏପରିକି ଯଦି କୌଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରନ୍ତି ତେବେ ତାଙ୍କର ଫୋନ ନଂ ୭୨୦୫୨୧୫୭୨୨ରେ ଯୋଗାଯୋଗ କରି ଅର୍ଥ ପଠାଇ ପାରିଲେ । ଚିକିତ୍ସାରେ ସହାୟକ ହେବ ବୋଲି ଅନୁରୋଧ କରିଛନ୍ତି । ବୁଟୁର ଅପରେସନ ହେଲେ ସେ ବଞ୍ଚି ଯିବା ସହ ତାର ସ୍ତ୍ରୀ ଓ ଦୁଇଟି ପିଲାଙ୍କର ମଧ୍ୟ ଜୀବନ ରକ୍ଷା ହୋଇ ପାରିବ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.