ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଅସହାୟ ପାଣୁଙ୍କୁ ସହାୟତା କଲା ପ୍ରିନ୍ସ ଫାଉଣ୍ଡେସନ

author img

By

Published : Jan 4, 2021, 11:35 AM IST

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଟିବିରେ ପୀଡିତ ପାଣୁଙ୍କୁ ସହାୟତା ପ୍ରଦାନ କଲା ପ୍ରିନ୍ସ ଫାଉଣ୍ଡେସନ । ତେବେ ପ୍ରିନ୍ସ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଲୋକେ । ଅଧିକ ପଢନ୍ତୁ...

ଇଟିଭି ଭାରତର ମହାପ୍ରଭାବ, ଅସହାୟ ପାଣୁଙ୍କୁ ସହାୟତା କଲା ପ୍ରିନ୍ସ ଫାଉଣ୍ଡେସନ
ଇଟିଭି ଭାରତର ମହାପ୍ରଭାବ, ଅସହାୟ ପାଣୁଙ୍କୁ ସହାୟତା କଲା ପ୍ରିନ୍ସ ଫାଉଣ୍ଡେସନ

ନୟାଗଡ଼: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଅସହାୟ ପାଣୁଙ୍କୁ ସହାୟତା ପ୍ରଦାନ କଲା ପ୍ରିନ୍ସ ଫାଉଣ୍ଡେସନ । ନୟାଗଡ଼ ଜିଲ୍ଲା ରଣପୁର ସୁଆଁସିଆ ସାହିର ପାଣୁ ମହାପାତ୍ର (42) ଅଜଣା ରୋଗରେ ପୀଡ଼ିତ ହୋଇ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି । ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ସହାୟତାର ହାତ ବଢାଇଥିଲେ ପ୍ରିନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ରିନା ସାହୁ । ସେ ପାଣୁଙ୍କୁ ଆର୍ଥିକ ସହାୟତା ଏବଂ କିଛି ଫଳମୂଳ ପ୍ରଦାନ କରିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ l

ଇଟିଭି ଭାରତର ମହାପ୍ରଭାବ, ଅସହାୟ ପାଣୁଙ୍କୁ ସହାୟତା କଲା ପ୍ରିନ୍ସ ଫାଉଣ୍ଡେସନ

ପରିବାର ଲୋକଙ୍କ କହିବାନୁସାରେ, ପାଣୁ ଟିବିରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହିଛନ୍ତି l ହେଲେ ଏଯାବତ ତାଙ୍କୁ ସରକାରୀ ସହାୟତା ମଧ୍ୟ ମିଳିପାରିନାହିଁ l ଅନ୍ୟ ପକ୍ଷରେ ପାଣୁଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରିନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ରିନା ସାହୁ ପରିବାରକୁ ଆଶ୍ବସନା ଦେଇଛନ୍ତି l ତେବେ ପ୍ରିନ୍ସ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.