ETV Bharat / state

ଅଭିନବ ଉପାୟରେ ଡ୍ରାଇଭର ସଂଘର ଆନ୍ଦୋଳନ, ରାସ୍ତାରେ ଶୋଇ ସରକାରଙ୍କୁ ମୁଣ୍ଡିଆ ମାରିଲେ

author img

By

Published : Oct 31, 2022, 12:10 PM IST

ଦାଦି ପୂରଣ ପାଇଁ ଅଭିନବ ଉପାୟରେ ନୟାଗଡ ଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟଙ୍କ ଅନ୍ଦୋଳନ । ରାସ୍ତାରେ ଶୋଇ ସରକାରଙ୍କୁ ମୁଣ୍ଡିଆ ମାରିବା ସହ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବା ବୋଲି ଚେତାବନୀ ଦେଇଛି ଡ୍ରାଇଭର ସଙ୍ଘ l ଅଧିକ ପଢନ୍ତୁ

ଅଭିନବ ଉପାୟରେ ଡ୍ରାଇଭର ସଂଘର ଆନ୍ଦୋଳନ
driver union protest in nayagarh

ନୟାଗଡ: ବିଭିନ୍ନ ଦାବି ନେଇ ଗର୍ଜିଲେ ନୟାଗଡ ଜିଲ୍ଲା ଡ୍ରାଇଭର ସଂଘ । ଦାବି ପୂରଣ ପାଇଁ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ଡ୍ରାଇଭର ସଂଙ୍ଘ(Drivers Association Stage Protest) । ରାସ୍ତାରେ ଶୋଇଲେ, ସରକାରଙ୍କୁ ମୁଣ୍ଡିଆ ମାରିଲେ ସଂଙ୍ଘର ସଦସ୍ୟ । ୧୦ ଦଫା ଦାବି ନେଇ(10 Point Charter Of Demands) ସାମ୍ବାଦିକ ସମ୍ମିଳନୀ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଭଗବାନପୁରଠାରେ ଡ୍ରାଇଭର ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ରାସ୍ତାରେ ଶୋଇଲେ, ସରକାରଙ୍କୁ ମୁଣ୍ଡିଆ ମାରିଲେ

ଡ୍ରାଇଭର ରାସ୍ତାରେ ମୁଣ୍ଡିଆ ମାରି ଅଭିନବ ଉପାୟରେ ଭୁବନେଶ୍ଵର ନବୀନ ନିବାସ ଯିବେ ଏବଂ ସେଠାରେ ସେମାନଙ୍କ ଦାବି ଜଣେଇବେ ବୋଲି କହିଛନ୍ତି । ଏହା ପୂର୍ବରୁ ରାସ୍ତା ଶୋଇ ସରକାରଙ୍କୁ ମୁଣ୍ଡିଆ ମାରିଛନ୍ତି ଡ୍ରାଇଭରମାନେ । ଏପରି ଅଭିନବ କାର୍ଯ୍ୟ କରି ଲୋକଙ୍କ ଦୃଷ୍ଟିକୁ ଆସିଛି ଜିଲ୍ଲା ଡ୍ରାଇଭର ମହାସଂଘ । ଡ୍ରାଇଭରମାନଙ୍କୁ ଦ୍ବିତୀୟ ଶ୍ରମିକ ମାନ୍ୟତା, ଅକାଳ ମୃତ୍ୟୁ ହେଉଥିବା ଡ୍ରାଇଭରଙ୍କ ପରିବାରକୁ ସରକାରୀ ସହାୟତା, ସେମାନଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା ପରି ୧୦ ଦଫା ଦାବି ରଖିଛନ୍ତି ଡ୍ରାଇଭର ସଙ୍ଘ । ବହୁବାର ସରକାରଙ୍କ ନିକଟରେ ସଙ୍ଘ ଦାବି କରିଛି ।

ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ଆଗାମୀ ଦିନରେ ସରକାର ଯଦି ସେମାନଙ୍କ ଦାବି ନ ଶୁଣନ୍ତି, ତେବେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବା ସହ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଙ୍ଘ । ଜିଲ୍ଲା ଡ୍ରାଇଭର ସଂଘ ଉପସଭାପତି ପୂର୍ଣ୍ଣଚନ୍ଦ୍ର ପାଣି କହିଛନ୍ତି, "ଆମେ ଦୀର୍ଘ ଦିନ ଧରି ବାରମ୍ବାର ଦାବି କରିଆସୁଛୁ, ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ବରଂ ଅନେକ ଥର ପ୍ରତିଶ୍ରୁତି ଦେଇ ରକ୍ଷା କରିନାହାନ୍ତି । ଫଳରେ ଅପଦସ୍ତ ହେବାକୁ ପଡିଛି । ଡ୍ରାଇଭର ମାନେ ଷ୍ଟିଅରିଂ ଛାଡି ଆନ୍ଦୋଳନ କଲେ କୌଣସି ବଡବଡିଆ ବାବୁ ପାଣି ଟିକିଏ ପାଇବେନି । ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ଜୋରଦାର ହେବ ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.