ETV Bharat / state

ଚିଟଫଣ୍ଡ ଜମାକାରୀ ସତ୍ୟାଗ୍ରହ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

author img

By

Published : Jan 18, 2022, 5:06 PM IST

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ l ନୟାଗଡ଼ ଜିଲ୍ଲାରେ ଚିଟଫଣ୍ଡ ଠକେଇ ନେଇ ଦୃଢ ପ୍ରତିବାଦ ଦେଖା ଦେଇଛି। ଜମାକାରୀଙ୍କ ଟଙ୍କା ଫେରସ୍ତ ନ ମିଳିବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। ଅଧିକ ପଢ଼ନ୍ତୁ

Chit fund depositors protest in nayagarh
ନୟାଗଡ଼ରେ ଚିଟଫଣ୍ଡ ଜମାକାରୀ ସତ୍ୟାଗ୍ରହ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବୀ

ନୟାଗଡ଼: ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ l ନୟାଗଡ଼ ଜିଲ୍ଲାରେ ଚିଟଫଣ୍ଡ ଠକେଇ ନେଇ ଦୃଢ ପ୍ରତିବାଦ ଦେଖା ଦେଇଛି। ଜମାକାରୀଙ୍କ ଟଙ୍କା ଫେରସ୍ତ ନ ମିଳିବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ନିର୍ବାଚନ ପୂର୍ବରୁ ସମସ୍ତ ଟଙ୍କା ଫେରାଇବାକୁ ସେମାନେ ଦାବି କରିଛନ୍ତି।

ନୟାଗଡ଼ରେ ଚିଟଫଣ୍ଡ ଜମାକାରୀ ସତ୍ୟାଗ୍ରହ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବୀ

ମାଇକ୍ରୋଫାଇନାନ୍ସ ଭଳି ଅର୍ଥ ଲଗାଣ ସଂସ୍ଥାରେ ହଜାର ହଜାର ଲୋକ ଟଙ୍କା ଜମା କରିଥିଲେ l ମାତ୍ର ଏଥିରୁ ଜମାକାରୀ ଟଙ୍କା ଟିଏ ମଧ୍ୟ ପାଇଲେ ନାହିଁ l ବର୍ତ୍ତମାନ ଏହାର ଦୃଢ଼ ପ୍ରତିବାଦ ଦେଖିବାକୁ ମିଳିଛି l ଜିଲ୍ଲା ଆର୍ଥିକ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଟଙ୍କା ଜାଣିଶୁଣି ରଖିଥିବା ବେଳେ ଜମାକାରୀଙ୍କୁ ଟଙ୍କା ଦେଉନଥିବା ଜମାକାରୀ ମାନେ କହିଛନ୍ତି l ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ କରିବା ପାଇଁ ଜମାକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହ ଟଙ୍କା ଫେରସ୍ତ ନହେଲେ ନିର୍ବାଚନ ଯୋଗେ ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଟଙ୍କା ମିଳିବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରୀ ରହିବ ବୋଲି ଜମାକାରୀ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.