ETV Bharat / state

ବେସାହାରା କର୍କଟ ପିଡୀତା ବାଉରୀ, ସରକାରୀ ସାହାୟତାକୁ ଅପେକ୍ଷା

author img

By

Published : May 9, 2021, 5:45 PM IST

ବେସାହାରା କର୍କଟ ପିଡୀତା, ସରକାରୀ ସାହାୟତାକୁ ଅପେକ୍ଷା
ବେସାହାରା କର୍କଟ ପିଡୀତା, ସରକାରୀ ସାହାୟତାକୁ ଅପେକ୍ଷା

ବୟସର ଅପରାହ୍ନ ସମୟରେ ବାଧକ ସାଜିଛି ରୋଗ । ପଡୁନି ପ୍ରଶାସନର ଦୃଷ୍ଟି । ସରକାରୀ ସହାୟତାକୁ ଅପେକ୍ଷା । ଅଧିକ ପଢନ୍ତୁ....

ନୟାଗଡ଼ : ବୟସର ଅପରାହ୍ନ ସମୟରେ ବାଧକ ସାଜିଛି ଦୁସାଧ୍ୟ ରୋଗ । ଦୀର୍ଘ ଏକ ବର୍ଷ ଧରି କର୍କଟ ରୋଗରେ ଯନ୍ତ୍ରଣା ପାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ଼ିମିରିପଲ୍ଲୀ ଗାଁର ସ୍ବର୍ଗତ ଦୁର୍ଯ୍ୟୋଧନ ମଲିକଙ୍କ ପତ୍ନୀ ବାଉରୀ ମଲିକ । ତେବେ ଆର୍ଥିତ ସ୍ବଚ୍ଛଲତା ନଥିବା କାରଣରୁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ବାଉରୀ । ଏପରି ସ୍ଥଳେ ସରକାରୀ ସହାୟତା ହିଁ ଏକମାତ୍ରା ସାହାରା ।

ବେସାହାରା କର୍କଟ ପିଡୀତା, ସରକାରୀ ସାହାୟତାକୁ ଅପେକ୍ଷା

ବାଉରୀଙ୍କୁ ଆନୁମାନିକ ବୟସ 60 । ମୂଲ ଲାଗିଲେ ପରିବାର ଚଳେ l ସ୍ବାମୀ ଦୀର୍ଘ 15 ବର୍ଷ ପୂର୍ବେ ଆଖି ବୁଜିଥିଲେ l ବାଉରୀଙ୍କ ପରିବାର କହିଲେ ୨ ଝିଅ l ନିଜର ସମସ୍ତ ଦୁଃଖ ସୁଖର ସାଥି କେବଳ ବଡ ଝିଅ l ବାଉରୀଙ୍କ ମୁହଁରେ ପ୍ରଥମେ ଏକ ଘା' ହୋଇଥିଲା l ତାକୁ ଗୁରୁତ୍ବ ନ ଦେବାରୁ କାଳ କ୍ରମେ ତାହା ଦୀର୍ଘ ଦିନ ପରେ କର୍କଟ ରୋଗରେ ପରିଣତ ହୋଇଥିଲେ ।

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏଭଳି ଅନେକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ମଧ୍ୟ ରୋଗ ଭଲ ହେଉନାହିଁ l ଉଚିତ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ କେବଳ ଭାଗ୍ୟକୁ ଆଦରି ସେ ପଡି ରହିଛନ୍ତି । ଟଙ୍କା ନଥିବାରୁ ବାଧ୍ୟ ହୋଇ ଚେରମୂଳି ଔଷଧ ଆଣି ଖାଉଥିବା ମଧ୍ୟ ସେ କୁହନ୍ତି l କିନ୍ତୁ ଏଥିରେ ରୋଗ ଭଲ ହେବାର ନାଁ ଧରୁ ନାହିଁ l ବାଉରୀଙ୍କୁ ସରକାରୀ ସହାୟତା ମିଳିଲେ ସେ ଅଧିକ ଚିକିତ୍ସା ପାଇପାରନ୍ତେ ବୋଲି କହିଛନ୍ତି l ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.