ETV Bharat / state

ନୟାଗଡ ନାବାଳିକା ହତ୍ୟା ମାମଲା, ନ୍ୟାୟ ଦାବି କରି ଗର୍ଜିବ ବିଜେପି

author img

By

Published : Dec 24, 2020, 11:56 AM IST

ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲାରେ ନାବାଳିକାକୁ ନ୍ୟାୟ ଦାବିରେ ନୟାଗଡ ଅଭିମୁଖେ ବିଜେପିର ପଦଯାତ୍ରା । ଅଧିକ ପଢନ୍ତୁ...

ନୟାଗଡ ଅଭିମୁଖେ ବିଜେପିର ପଦଯାତ୍ରା
ନୟାଗଡ ଅଭିମୁଖେ ବିଜେପିର ପଦଯାତ୍ରା

ନୟାଗଡ: ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ନାବାଳିକା ହତ୍ୟାକାଣ୍ଡ ଘଟଣା । ନାବାଳିକାକୁ ନ୍ୟାୟ ଦେବାକୁ ଆଜି(ଗୁରୁବାର) ନୟାଗଡରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବ ବିଜେପି ।

ନୟାଗଡ ଅଭିମୁଖେ ବିଜେପିର ପଦଯାତ୍ରା

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ଅଭିମୁଖେ ବାହାରିଥିବା ବିଜେପିର ବିଶାଳ ପଦଯାତ୍ରା ଆଜି ନୟାଗଡ଼ରେ ପହଞ୍ଚିବ l ଗତକାଲି ଠାରୁ ଇଟାମାଟିରେ ଥିବା ବିଜେପି ନୟାଗଡ଼ ଅଭିମୁଖେ ବାହାରିବ । l ଏହା ପରେ ଯଦୁପୁର ଗାଁ ଅଭିମୁଖେ । ନୟାଗଡ଼ରେ ଏକ ବିରାଟ ସମାଵେଶ ହେବ । ଏହି ସମାବେଶରେ ସରକାରଙ୍କ ଉପରେ ବିଜେପି ଗର୍ଜିବ ବୋଲି ସୂଚନା ମିଳିଛି । ଗତ 20 ତାରିଖରୁ ଭୁବନେଶ୍ବରରୁ ପଦଯାତ୍ରା ଆରମ୍ଭ କରିଥିଲା ବିଜେପି ।

ଏଥିରେ ଏକାଧିକ କର୍ମୀ ଓ ଦଳୀୟ ନେତୃବୃନ୍ଦ ଯୋଗଦାନ କରିଛନ୍ତି l ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସମେତ ସିବିଆଇ ତଦନ୍ତ ଦାବି କରି ପ୍ରକୃତ ହତ୍ୟାକାରୀକୁ ନ ଧରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି । ଏପଟେ, ନାବାଳିକା ହତ୍ୟା ଘଟଣାରେ ଗିରଫ ଛାତ୍ରର ରିମାଣ୍ଡ ଅବଧି ଶେଷ ହୋଇଛି । ଏହା ସହ ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.