ETV Bharat / state

ଦଶପଲ୍ଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ରମେଶ ବେହେରା

author img

By

Published : Oct 29, 2022, 2:19 PM IST

ନୟାଗଡ ଦଶପଲ୍ଲାରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା । ଏଥିରେ ଶକ୍ତି ପ୍ରଦର୍ଶନ କଲେ ଦଶପଲ୍ଲା ବିଧାୟକ ରମେଶ ବେହେରା । ଅଧିକ ପଢନ୍ତୁ

ଦଶପଲ୍ଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ରମେଶ ବେହେର
ଦଶପଲ୍ଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ରମେଶ ବେହେର

ନୟାଗଡ଼: ଦଶପଲ୍ଲାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା( Jana Sampark Padayatra) ଅନୁଷ୍ଠିତ ହୋଇଛି l ଏହି ପଦଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ବେହେରା । ବିଧାୟକଙ୍କ ନେତୃତ୍ବରେ ହଜାର ହଜାର ବିଜେଡ଼ି କର୍ମୀ ଓ ସମର୍ଥକ ୩ କିଲୋମିଟର ପାଦରେ ଚାଲିଛନ୍ତି । ଏହା ଜରିଆରେ 2024 ନିର୍ବାଚନ ପାଇଁ ବଳ ଗୋଟାଇଛି ଦଳ । ଏହି ପଦଯାତ୍ରାରେ ନୟାଗଡ଼ ବିଧାୟକ ଅରୁଣ ସାହୁ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।

ଦଶପଲ୍ଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ରମେଶ ବେହେର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରାରେ ଆଜି ଦଶପଲ୍ଲାରେ ଆୟୋଜିତ ହୋଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ହଜାର ହଜାର ମହିଳା, ଯୁବକ, ଛାତ୍ରମାନଙ୍କୁ ଏକାଠି କରି ବିଶାଳ ଜନ ସଂପର୍କ ପଦଯାତ୍ରା କରାଯାଇଛି । ଏଥିରେ ସାମିଲ ହୋଇଥିବା ସମସ୍ତ ନେତା ନବୀନ ସରକାରଙ୍କ ସଫଳତାର ଗାଥାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ନୟାଗଡ଼ ଜିଲ୍ଲାରେ ଉନ୍ନତି କରୁଥିବା କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ପଟ୍ଟାମୁଣ୍ଡାଇ କେନାଲରେ 100 ଫୁଟର ଘାଇ, ଭାସିଗଲା ଅନେକ ଦୋକାନ

ଏହି ପଦଯାତ୍ରା ଦଶପଲ୍ଲାର ଆରାଧ୍ୟ ଠାକୁର ମହାବୀରଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇ ଦଶପଲ୍ଲା ବଜାର ମଧ୍ୟ ଦେଇ ତ୍ରିନାଥ ବଜାର ନିକଟସ୍ଥ ମେଳିଆ ତୋଟା ଠାରେ ପହଞ୍ଚିଥିଲା । ବିଶାଳ ଜନ ସମାବେଶକୁ ସମସ୍ତେ ଜନ ସମୁଦ୍ର ବୋଲି କହିଥିଲେ l ବିଜୁ ଜନତା ଦଳ କିଭଳି ଅଧିକରୁ ଅଧିକ ଲୋକମାନଙ୍କର ବିଶ୍ବାସ ଭାଜନ ହୋଇପାରିବ ସେ ଦିଗରେ ବିଧାୟକମାନେ ଆଲୋଚନା କରିଥିଲେ । ଏଥିରେ ୧୪ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ, ନେତା ଓ ସମର୍ଥକ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.