ETV Bharat / state

ଶୁଣିଲାନି ପ୍ରଶାସନ, ନିଜ ଅର୍ଥରେ ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

author img

By

Published : Jul 9, 2023, 7:57 AM IST

ନିଜ ଅର୍ଥରେ ରାସ୍ତା ତିଆରି କଲେ ଗ୍ରାମବାସୀ । ପ୍ରଶାସନ ପାଖରୁ ନିରାଶ ହେବା ପରେ ନିଜେ ନିଜ ପାଇଁ ରାସ୍ତା ତିଆରି କରୁଥିବା କହିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ନିଜ ଅର୍ଥରେ ରାସ୍ତା ତିଆରି କଲେ ଗ୍ରାମବାସୀ
ନିଜ ଅର୍ଥରେ ରାସ୍ତା ତିଆରି କଲେ ଗ୍ରାମବାସୀ

ନିଜ ଅର୍ଥରେ ରାସ୍ତା ତିଆରି କଲେ ଗ୍ରାମବାସୀ

ନବରଙ୍ଗପୁର: ଗାଁକୁ ଯିବାକୁ ନଥିଲା ରାସ୍ତା । ରାସ୍ତା ମରାମତି ପାଇଁ ପ୍ରଶାସନକୁ ଗୁହାରି କରି ନଶୁଣିବାରୁ ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ । ନିଜ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ରାସ୍ତା ତିଆରି କଲେ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଢେପଗୁଡା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀ 100 ଟଙ୍କା ଲେଖାଏଁ ଆଦାୟ କରି ରାସ୍ତା ମରାମତି କରିଥିବା କହିଛନ୍ତି ।

ସୂଚନା ଅନୁଯାୟୀ, ଢେପଗୁଡା ଗାଁରେ ୧୨୦ ସାନ୍ତା ପରିବାରର ୫୦୦ରୁ ଅଧିକ ଲୋକ ପ୍ରାୟ ୫୦ ବର୍ଷ ହେବ ବସବାସ କରିଆସୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ । ତେବେ ଏହି ଗ୍ରାମକୁ ଯିବା ପାଇଁ ହେଲେ ରେଖାମାଲ ଗ୍ରାମ ଦେଇ ଯିବାକୁ ପଡେ । ତେବେ ରେଖାମାଲ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଠିକ ଥିବାବେଳେ ରେଖାମାଲ ଠାରୁ ଏକ କିଲୋମିଟର ଖାଲ ଖଲାମରେ ଭର୍ତ୍ତି ହୋଇ ରାସ୍ତାର ଅବସ୍ଥା ଦୂରବସ୍ଥା ହୋଇ ପଡିରହିଛି । ଗ୍ରାମବାସୀ ବହୁବାର ଦାବି କରିବା ପରେ ପ୍ରଶାସନ ପକ୍ଷରୁ ଗତ ୧୦ ବର୍ଷ ତଳେ ମନରେଗା ଯୋଜନାରେ ଢେପଗୁଡା ଗ୍ରାମକୁ ମାଟି ରାସ୍ତା ନିର୍ମାଣ ହୋଇଥିଲା । ଧୀରେ ଧୀରେ ବର୍ଷା ଜଳରେ ମାଟି ଧୋଇ ହୋଇ ନଷ୍ଟ ହୋଇଯାଇଥିବା ବେଳେ ଏହି ରାସ୍ତାରେ ବର୍ଷା ଦିନରେ ଯାତାୟାତରେ କରିବାରେ ବହୁ ସମସ୍ୟା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ମହିଳାମାନେ ଆଦିବାସୀ ଗୀତ ମାଧ୍ୟମରେ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି, ସରକାର ଗାଁକୁ ଚାଲ ଗାଁକୁ ଗଢ ନାରା ଦେଲେ ମଧ୍ୟ ଏହା କେବଳ କଥାରେ ରହିଯାଉଛି । ଗାଁରେ ବିକାଶର ରଥ ଗଡିପାରୁ ନାହିଁ । ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ଗାଁରେ ଯାତାୟତ ପାଇଁ ରାସ୍ତା ନାହିଁ । ବର୍ଷା ଦିନେ ରାସ୍ତାରେ ଯିବା ଲୋକଙ୍କ ପାଇଁ କାଠିକର ପାଠ । ନିର୍ବାଚନ ସମୟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ଜନ ପ୍ରତିନିଧି ବାରମ୍ବାର ପ୍ରତାରଣ କରିଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ତ୍ବେ ମଧ୍ୟ କିଛି ସୁଫଳ ନମିଳିବା କାରଣରୁ ନିଜେ ନିଜ ଅର୍ଥରେ ଗ୍ରାମ ରାସ୍ତା ମରାମତି କରୁଛୁ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.