ETV Bharat / state

ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ

author img

By

Published : Jul 2, 2022, 10:34 PM IST

ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନକ୍ଷେତ୍ରରେ ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ । ବାଘ ଚମଡା, ବାଇକ୍ ସହ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ
ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ

ନବରଙ୍ଗପୁର: ଜିଲ୍ଲାର ଉମରକୋଟ ବନକ୍ଷେତ୍ରରେ ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ । ବାଘ ଚମଡା, ବାଇକ୍ ସହ ଅଭିଯୁକ୍ତକୁ ଗିରଫ କରିଛି ଉମରକୋଟ ବନ ବିଭାଗ । ଅଭିଯୁକ୍ତ ଜଣକ ହେଲେ ଝରିଗାଁ ଥାନା ଅନ୍ତର୍ଗତ ବେଲଗାଁର ଅନ୍ତ ପନକା । ଉମରକୋଟ, ଡାବୁଗାଁ ଓ ରାଇଘର ଅଞ୍ଚଳରେ ଚଢାଉ ନିମନ୍ତେ ତିନୋଟି ଟିମ୍ ଗଠନ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଉମରକୋଟ ବାନଞ୍ଚଳ ଅଧିକାରୀ ।

ଚିତା ବାଘ ଚମଡା ଚୋରା ଚାଲାଣ ବେଳେ ଚଢାଉ

ରାଇଘର ବ୍ଲକ କିରାପାଣି ଗାଁରୁ ଏକ ବାଘ ଚମଡ଼ା ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ । ଅଭିଯୁକ୍ତକୁ ଧରିବା ନିମନ୍ତେ ୩ଟି ଟିମ ଗଠନ ହୋଇଥିଲା । ସେମେଳା ‌ଠାରେ ବାଘ ଚମଡ଼ା ସହ ଅନ୍ତ ପନକାକୁୁ କାବୁ କରିଥିଲେ ଏହି ଟିମ । ଏ ସମ୍ପର୍କରେ ଏକ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ କେସ ନମ୍ବର ୫୭/୨୨-୨୩ରେ ଏକ ମାମଲା ରୁଜୁ କରାଯାଇଛି । ବନ୍ୟଜନ୍ତୁ ଆକ୍ଟ ୧୯୭୨ର ଧାରା ୨, ୯, ୩୯, ୪୦, ୪୮ ଓ ପେନାଲ ୫୧ ଲଗାଯାଇଛି । ଏହି ବାଘ ଛାଲ ଚାଲାଣରେ ଅନ୍ୟ କେଉଁମାନଙ୍କ ସମ୍ପୃ୍କ୍ତି ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ଉମରକୋଟ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.