ETV Bharat / state

ଜଙ୍ଗଲ ଅଧିକାର ଆଇନ ୨୦୦୬ ଲାଗୁ ଦାବିରେ ବିକ୍ଷୋଭ

author img

By

Published : Sep 5, 2019, 10:12 PM IST

ତୁରନ୍ତ ଜଙ୍ଗଲ ଜମିର ସୁରକ୍ଷା କରାଯାଉ । ଆଦିବାସୀଙ୍କୁ ଶୋଷଣ ବନ୍ଦ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜଙ୍ଗଲ ଜମି ଆଇନ ଉଲ୍ଲଘଂନ ବିରୋଧରେ ଗର୍ଜିଲେ ନବରଙ୍ଗପୁର ଆଦିବାସୀ । ଜିଲ୍ଲାରେ ୨୦୦୬ ଜଙ୍ଗଲ ଆଇନ ଓ ୧୯୯୬ ପେସା ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ନନ୍ଦାହାଣ୍ଡି ତହସିଲଦାର ମିର୍ଗାନଗୁଡ଼ା ଗୋଷ୍ଠୀ ଜଙ୍ଗଲ ନେବା ଓ ବ୍ୟକ୍ତିଗତ ଦଖଲ ବାସଗୃହ ଭାଙ୍ଗିବାକୁ ଦାବି କରିଛନ୍ତି । ଏପରି ୮ ଦଫା ଦାବିରେ ଆଜି ନବରଙ୍ଗପୁରରେ, ଓଡିଶା ଆଦିବାସୀ ଅଧିକାର ମଞ୍ଚର ଜିଲ୍ଲା ଆବାହକ ରାଜେଶ ଜାନିଙ୍କ ନେତୃତ୍ବରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି, କୃଷକ ଶୋଷଣ ଓ ଆଦିବାସୀ ବିରୋଧୀ ନୀତି ବିରୋଧରେ ସାରା ଦେଶରେ ଆଜି ବିକ୍ଷୋଭ କରାଯାଇଛି । ଯଦି ସମସ୍ତ ଦାବି ପୂରଣ କରାନଯାଏ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଜଣାଇ ଦିଆଯାଇଛି।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ବେଆଇନ ଜଙ୍ଗଲ ଜମି ଓ ରାଜସ୍ବ ଜମିରୁ ଉଚ୍ଛେଦ କରିବା ବନ୍ଦ କରାଯିବା କୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ।
ଫର୍ମାଟ-ଏଭିଓ,୦୫/୦୯/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------
ଆଙ୍କର:-ଜିଲ୍ଲା ମଧ୍ୟର ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ୧୯୯୬ ପେସା ଆଇନ କୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ବେଆଇନ ଜଙ୍ଗଲ ଜମି ଓ ରାଜସ୍ବ ଜଙ୍ଗଲ ଜମିରୁ ଉଚ୍ଛେଦ କରିବା ବନ୍ଦ କରାଯିବା ଓ ଆଇନ ଉଲଂଘନ କରି ବେଆଇନ ଭାବେ ନନ୍ଦାହାଣ୍ଡି ତହସିଲଦାର ମିର୍ଗାନଗୁଡ଼ା ଗୋଷ୍ଠୀ ଜଙ୍ଗଲ ନେବା ଓ ବ୍ୟକ୍ତିଗତ ଦଖଲ ବାସଗୃହ ଭାଙ୍ଗିବା ଏପରି ୮ ଦଫା ଦାବି ନେଇ ଆଜି ନବରଙ୍ଗପୁର,ଜିଲ୍ଲା ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ଜିଲ୍ଲା ଆବାହକ ରାଜେଶ ଜାନିଙ୍କ ନେତୃତ୍ୱରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଶ୍ରମିକ ମାରଣା ନୀତି,କୃଷକ ମାରଣା ନୀତି,ଗରୀବ ମାରଣା ନୀତି,ସାମ୍ପ୍ରଦାୟିକବାଦ ନୀତି,ବେଆଇନ ଉଛେଦ ନୀତି,ଜଙ୍ଗଲ ଅଧିକାର ଆଇନ ଉଲଂଘନ,ଯୁବ ମାରଣା ନୀତି,ଖୁଚରା ବ୍ୟବସାୟୀ ରେ ବିଦେଶୀ ପୁଞ୍ଜି ନିବେଶ ବିରୁଦ୍ଧରେ ଆଜି ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବା ବେଳେ ନବରଙ୍ଗପୁର ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।ଯଦି ଦାବି ପୂରଣ ନ ହୁଏ ତାହେଲେ ଆଗାମୀ ଦିନରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ପକ୍ଷରୁ ଆନ୍ଦୋଳନ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.