ETV Bharat / state

ବାହରକୁ ଚାଲିଆସିଛି ଆଖି ଡୋଳା, ଅର୍ଥ ନଥିବାରୁ ଚିକିତ୍ସାରୁ ବଞ୍ଚିତ କଅଁଳ ଶିଶୁକନ୍ୟା

author img

By

Published : Jun 24, 2023, 5:00 PM IST

କଅଁଳ ବୟସରେ ଯନ୍ତ୍ରଣା ପାଉଛି ସାତ ମାସର ଶିଶୁକନ୍ୟା। ଆଖି ଡୋଳା ବାହାରକୁ ଚାଲି ଆସିଥିବା ବେଳେ ହୋଇ ପାରୁନି ଚିକିତ୍ସା। ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ସାତ ମାସର ଶିଶୁ। ଅଧିକ ପଢନ୍ତୁ

seven month child suffering from an unknown
seven month child suffering from an unknown

seven month child suffering from an unknown

ନବରଙ୍ଗପୁର: ଦୁନିଆ କଣ ସେ ଜାଣିନି, ନା ଚାଲିବା ଶିଖିଛି ନା ବସିବା । ମାଆ କୋଳ ତା ପାଇଁ ଏବେ ସବୁ କିଛି । କିନ୍ତୁ କଅଁଳ ବୟସରେ ଯନ୍ତ୍ରଣା ବୋଝ ମୁଣ୍ଡାଇଛି 7 ମାସର ଶିଶୁ କନ୍ୟା ସସ୍ମିତା। ନବରଙ୍ଗପୁର ପଥରଲସା ଗାଁର ପଙ୍କଜ ଓ ହେମ ଗୌଡ଼ଙ୍କ ଝିଅ ସସ୍ମିତା । ଦୁନିଆକୁ ଭଲରେ ଜାଣିବା ଆଗରୁ କୁନି ଝିଅର ଆଖି ଡୋଳା ବାହାରକୁ ପଳାଇ ଆସିଛି। ଏପଟେ ପାଖରେ ଅର୍ଥ ନଥିବାରୁ ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ପରିବାର ଲୋକେ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଥରଲସା ଗାଁ l ଗାଁରେ ରୁହନ୍ତି ଈଶ୍ୱର ଗୌଡ଼ ଙ୍କ ପରିବାର l ପୁଅ ପଙ୍କଜ ରୋଜଗାର ପାଇଁ ବାହାର ଜିଲ୍ଲାକୁ କାମ କରିବାକୁ ଯାଇଥିବା ବେଳେ ଘରେ ସ୍ତ୍ରୀ, ତାଙ୍କ ମାଆ ଓ କୁନି ଝିଅ ରହୁଛନ୍ତି l ପଙ୍କଜ ଓ ହେମଙ୍କ କୋଳରେ ପ୍ରଥମେ ଏକ ପୁଅଟିଏ ଜନ୍ମ ହୋଇଥିଲା। କିନ୍ତୁ ଅକାଳରେ ପୁଅଟିର ମୃତ୍ୟୁ ହୋଇଥିଲା। ଏହାପରେ ଜନ୍ମ ନେଇଥିଲେ ସସ୍ମିତା। ଝିଅକୁ ଦେଖି ସବୁ ଦୁଃଖ ଦୂର ହୋଇଯିବ ବୋଲି ପରିବାର ଲୋକେ ଭାବିଥିଲେ। କିନ୍ତୁ ଏବେ ତାର ଆଖି ଡୋଳା ବାହାରକୁ ପଳାଇ ଆସିଥିବାରୁ ଚିକିତ୍ସା କରିବା ପାଇଁ ପାଖରେ ଟଙ୍କା ନାହିଁ। ଅଭାବ ଅନଟରେ ପରିବାର ବୁଡି ରହିଥିବା ବେଳେ ବଡ ହସ୍ପିଟାଲରେ ଶିଶୁକନ୍ୟାକୁ ଦେଖାଇବାକୁ ପାଖରେ ଅର୍ଥ ଆସିବବା କେଉଁଠୁ।

ଝିଅଟି ଜନ୍ମ ହେବା ପରେ ଆଖି ପାଖରେ କିଛି ଚିହ୍ନ ରହିଥିଲା । ଡାକ୍ତର କହିଥିଲେ ବଡ଼ ହେଲା ପରେ ଭଲ ହୋଇଯିବ । କିନ୍ତୁ ଝିଅର ବୟସ ଯେତିକି ବଢିଲା ତା ସାଙ୍ଗକୁ ଆଖି ମଧ୍ୟ ବଢ଼ି ବଢ଼ି ଚାଲିଲା। ଗତ 2 ମାସ ହେବ ଆଖିଡୋଳା ବାହାରକୁ ବାହାରି ଆସିଲାଣି l ଝିଅର ଅବସ୍ଥା ଦେଖି ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ। ପରେ ଡାକ୍ତର ସେଠାରୁ କଟକ ସ୍ଥାନାନ୍ତର କରିଥିଲେ l ଭୁବନେଶ୍ୱର ଏଲ. ବି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ କୌଣସି ଚିକିତ୍ସା ହୋଇ ପାରିଲା ନାହିଁ l ଏଣେ ପାଖରେ ଅର୍ଥର ଅଭାବ l ଏବେ ସରାକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକ।

ଏନେଇ ବ୍ଲକ ଅଧକ୍ଷାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହାକୁ ଗୁରୁତର ସହ ନେଇ ବିଡ଼ିଓ ଙ୍କ ସହ ଆଲୋଚନା କରିବେ ଓ ଯଥାଶୀଘ୍ର ସାହାଯ୍ୟ ସୁବିଧା ଯୋଗାଇ ବାହାରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ନନ୍ଦାହାଣ୍ଡି ବ୍ଲକ ଅଧକ୍ଷା ରଶ୍ମିତା ମାଝୀ l

ପାଖରେ ଅର୍ଥର ଅଭାବ ଆଜି ଦୁଃଖର ପାହାଡ଼ ତିଆରି କରିଛି ନା ଆଗକୁ ବଢିବାର ରାସ୍ତା ଅଛି ନା ଅଛି ବଞ୍ଚିବାର ସ୍ବପ୍ନ l ହେମ ଗୌଡ଼ଙ୍କ ପ୍ରଥମ ପୁଅ ଟି ମଧ୍ୟ ଅକାରଣେ ମୃତ୍ୟୁବରଣ କରିଥିବା ବେଳେ ଏହି ଝିଅଟିର ଏପରି ଅବସ୍ଥା । ତେଣୁ ସରକାରୀ ସହାୟତା ମିଳି ପାରିଲେ ଝିଅ ଟିର ଉନ୍ନତ ଚିକିତ୍ସା ହୋଇ ପାରିବା ସହ ପରିବାର ମୁହଁ ରେ ହସ ଫେରି ପାରନ୍ତା ବୋଲି ଆଶା କରାଯାଉଛି।

ଏନେଇ ସସ୍ମିତାଙ୍କ ଜେଜେ କହିଛନ୍ତି, ''ଜନ୍ମ ହେବା ପରେ ନାତୁଣୀ ଆଖି ପାଖରେ କିଛି ଚିହ୍ନ ରହିଥିଲା। ଡାକ୍ତର କହିଥିଲେ ଭଲ ହୋଇଯିବ। କିନ୍ତୁ ବୟସ ବଢିବା ସାଙ୍ଗୁକୁ ଆଖି ଡୋଳା ଏବେ ବାହାରକୁ ପଳାଇ ଆସିଛି। ପ୍ରଥମେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନଇଥିଲୁ । କିନ୍ତୁ ସେଠାରେ କଟକ ନେବାକୁ କହିଥିଲେ। କିନ୍ତୁ ଟଙ୍କା ନଥିବାରୁ ଆମେ ତାକୁ ହସ୍ପିଟାଲ ନେଇପାରିଲୁନି ।''

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.