ETV Bharat / state

ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପିଅନ ଗିରଫ

author img

By ETV Bharat Odisha Team

Published : Dec 28, 2023, 2:30 PM IST

ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ
ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ

Peon Misbehaves Girl Student: ନବରଙ୍ଗପୁର ଜିଲ୍ଲାର ପରଚିପାରା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ । ବିଦ୍ୟାଳୟର ପିଅନକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନବରଙ୍ଗପୁର: ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ହାଟଭରାଣ୍ଡି ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଦୁଇ ମାସ ନ ପୁରୁଣୁ ପୁଣି ଜିଲ୍ଲାର କୁନ୍ଦେଇ ଥାନାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ପରଚିପାରା ଉଚ୍ଚ ବିଦ୍ୟାଳୟର ସେହି ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପିଅନ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ପରଚିପାରା ଉଚ୍ଚ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀର ଛାତ୍ରୀ ଛୁଟିରେ ଘରକୁ ଯାଇଥିଲେ । ହେଲେ ଛାତ୍ରୀଙ୍କ ବହି ହଷ୍ଟେଲ୍‌ରେ ରହି ଯାଇଥିଲା l ତେଣୁ ପାଠପଢାରେ ଅସୁବିଧା ହେବାରୁ ସେ ଗତ ୨୩ ତାରିଖ ଦିନ ନିଜ ଭାଇ ସହିତ ବହି ଆଣିବାକୁ ହଷ୍ଟେଲକୁ ଯାଇଥିଲେ l ସେଠାରେ ପିଅନ ଇନ୍ଦ୍ରରାମ ଗଣ୍ଡ ହଷ୍ଟେଲ୍‌ ରୁମ୍ ଖୋଲି ଛାତ୍ରୀଙ୍କ ପେଡ଼ିରୁ ବହି ଦେବା ସମୟରେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ ପାଇଁ ଚେଷ୍ଟା କରିଥିଲା ।

ଏହା ମଧ୍ୟ ପଢନ୍ତୁ- ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ୨ ଶିକ୍ଷକ ଅଟକ

ଛାତ୍ରୀଙ୍କୁ ଟଣାଓଟରା କରିବା ବେଳେ ସେଠାରୁ କୌଣସିମତେ ଛାତ୍ରୀ ଜଣକ ଖସି ଆସି କାନ୍ଦି କାନ୍ଦି ଭାଇ ପାଖରେ ପହଞ୍ଚିଥିଲେ । ଭାଇ ସହ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ । ଏହାପରେ ଛାତ୍ରୀଙ୍କ ବାପା ଏନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଥାନା କେଶ ନମ୍ବର ୧୧୯ /୨୦୨୩ ରେ ମାମଲା ରୁଜୁ କରିଥିଲେ । ପରେ ଅଭିଯୁକ୍ତ ପିଅନ ଇନ୍ଦ୍ରରାମ ଗଣ୍ଡକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି କରିଛନ୍ତି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ଭେଟିଲେ ବିଜେପି ଓ କଂଗ୍ରେସ ନେତା

ପ୍ରକାଶ ଥାଉକି, ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁର । ଜିଲ୍ଲାର ଅଧିକାଂଶ ଲୋକେ ଆଦିବାସୀ ହୋଇଥିବା ବେଳେ ଏଠାରେ ଗରିବ ଶ୍ରେଣୀର ବ୍ୟକ୍ତିବିଶେଷ ନିଜ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ସ୍କୁଲକୁ ଛାଡିଥାନ୍ତି । ହେଲେ ସ୍କୁଲର କିଛି ଅସାଧୁ କର୍ମଚାରୀ ବା ଶିକ୍ଷକ ନିଜ ଧର୍ମକୁ ଭୁଲି କୁକର୍ମ କରିବାକୁ ପଛାଉ ନଥିବାର ଅନେକ ଘଟଣା ନଜରକୁ ଆସୁଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.