ETV Bharat / state

Vigilance Trap: ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ବିରୋଧ କଲେ ଗ୍ରାମବାସୀ

author img

By

Published : Dec 15, 2021, 10:35 AM IST

Updated : Dec 15, 2021, 10:43 AM IST

ପାପଡାହାଣ୍ଡି ବ୍ଲକର ମହିଳା ଜେଇଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ମହିଳା କନିଷ୍ଠ ଯନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ମହିଳା କନିଷ୍ଠ ଯନ୍ତ୍ରୀ

ନବରଙ୍ଗପୁର: ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ମହିଳା କନିଷ୍ଠ ଯନ୍ତ୍ରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମହିଳା କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀଙ୍କ ଘରେ ଚଢାଉ କରି ଗିରଫ କରିଛି ଭିଜିଲାନ୍ସ ।

ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ମହିଳା କନିଷ୍ଠ ଯନ୍ତ୍ରୀ

ପାପଡାହାଣ୍ଡି ବ୍ଲକ କର୍ତିଆଗୁଡା ଠାରୁ ମୁଦୁଲିଗୁଡା ଗ୍ରାମର ୧ ଲକ୍ଷ ୨୫ ହଜାର ଟଙ୍କା ରାସ୍ତା କାମର ଉନ୍ନତି କରଣ କାମର ବିଲ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ମହିଳା କନିଷ୍ଠ ଯନ୍ତ୍ରୀ ଧରାପଡିଛନ୍ତି । ବ୍ଲକର ମୁଦୁଲିଗୁଡା ଗ୍ରାମର ମନ୍ଧର ଦିଶାରୀ ନାମକ ଏକ ଠିକାଦାରଙ୍କ ଠାରୁ ଲିଖିତ ଅଭିଯୋଗ ପାଇ ପୂର୍ବ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲା ନବରଙ୍ଗପୁର ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ । ତେବେ ଜେଇ ଟଙ୍କା ନିଜେ ଗ୍ରହଣ ନ କରି ନିଜ ସରକାରୀ ବାସଭବନର ଥିବା ଖଟ ଗଦି ତଳେ ରଖିବାକୁ କହିଥିଲେ । ଭିଜିଲାନ୍ସ ବିଭାଗ ଜେଇଙ୍କ ଘରକୁ ଖୋଜା ଖୋଜି କରି ଟଙ୍କା ବାହାର କରିଥିଲେ । ଭିଜିଲାନ୍ସ ବିଭାଗର ଅଧିକ ତଦନ୍ତ ଜାରି ରହିଛି ।

ଲାଞ୍ଚ ନେଇଥିବା ଅଭିଯୋଗରେ ପାପଡାହାଣ୍ଡି ବ୍ଲକ ଜେଇ ବୀଣାପାଣି ବେହେରାଙ୍କୁ ରିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟକୁ ନେବା ସମୟରେ ଉତ୍ତେଜନା ଦେଖାଦେଇଥିଲା । କିଛି ସମୟ ପାଇଁ ଭିଜିଲାନ୍ସ ବିଭାଗର ଗାଡ଼ିକୁ ଅଟକ ରଖିଥିଲେ କିଛି ସ୍ଥାନୀୟ ବାସିନ୍ଦା । ଜେଇଙ୍କୁ ଜାଣି ଶୁଣି ଫସେଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ପୋଲିସର ହସ୍ତକ୍ଷେପ ପରେ ଭିଜିଲାନ୍ସ ଗାଡ଼ିକୁ ଗ୍ରାମବାସୀ ଛାଡିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Dec 15, 2021, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.