ETV Bharat / state

ନବରଙ୍ଗପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 26, 2020, 4:36 PM IST

ନବରଙ୍ଗପୁର ଜିଲ୍ଲାରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 16 ରେ ପହଞ୍ଚିଲା ।ଅଧିକ ପଢନ୍ତୁ...

one-more-covid19-positive-in-nabarangpur
ନବରଙ୍ଗପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 16 ରେ ପହଞ୍ଚିଲା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ।

ନବରଙ୍ଗପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପରଜା ବାରଙ୍ଗପଦରର କ୍ବାରେଣ୍ଟାଇନ ସେଣ୍ଟରରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତିଙ୍କ କିଛି ଗୁରୁତର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ବ୍ୟକ୍ତି ଜଣକୁ ସମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବରୁ ଏହି କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଆଜିର ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚି ଥିବାବେଳେ ମୋଟ 8 ଜଣ ସୁସ୍ଥ ହୋଇ ଫେରିଛନ୍ତି । ମହାମାରୀ କୋରୋନାରୁ ଦୂରେଇବା ପାଇଁ ସରକାରଙ୍କ ଗାଇଡଲାଇନ ଓ ପ୍ରତିଷେଧାତ୍ମକ ଉପାୟ ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ଲୋକଙ୍କ ଅନୁରୋଧ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.