ETV Bharat / state

ବାଜିଲା ଖବର ପହଞ୍ଚିଲା ପ୍ରଶାସନ, ବୃଦ୍ଧା ସୂର୍ଯ୍ୟଙ୍କୁ ମିଳିଲା ହ୍ବିଲଚେୟାର

author img

By

Published : Apr 21, 2023, 12:14 PM IST

ଦୂର ହେଲା ବୃଦ୍ଧା ସୂର୍ଯ୍ୟ ହରିଜନଙ୍କ ଦୁଃଖ । ଏବେ ପାଖରେ ପହଞ୍ଚିବ ପେନସନ ଟଙ୍କା ଓ ପ୍ରଶାସନ ତଫରୁ ମିଳିଲା ହ୍ବିଲଚେୟାର । ଅଧିକ ପଢନ୍ତୁ

nabarangpur dsso helped elderly woman surya
nabarangpur dsso helped elderly woman surya

nabarangpur dsso helped elderly woman surya

ନବରଙ୍ଗପୁର: ଖବର ବାଜିଲା ନଜର ପଡିଲା । ବୃଦ୍ଧା ସୂର୍ଯ୍ୟ ହରିଜନକୁ ମିଳିଲା ସହାୟତା । ଆଉ ଚୌକି ଧରି ଆଉ ଚାଲିବେ ନାହିଁ ବୃଦ୍ଧା ସୂର୍ଯ୍ୟ । ପ୍ରଶାସନ ତରଫରୁ ସୂର୍ଯ୍ୟଙ୍କୁ ଯୋଗାଇ ଦିଆଗଲା ହ୍ବିଲଚେୟାର । ଏବେ ହ୍ବିଲଚେୟାର ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବେ ବୃଦ୍ଧା ଜଣଙ୍କ । ହ୍ବିଲଚେୟାର ସହ ମାସକୁ ଦଶ କିଲୋଗ୍ରାମ ଚାଉଳ ସୂର୍ଯ୍ୟଙ୍କୁ ଯୋଗାଇ ଦିଆଯିବା ନେଇ କହିଛନ୍ତି ନବରଙ୍ଗପୁର ଜିଲ୍ଲା ଡିଏସଏସଓ ସୁଧାଂଶୁ କୁମାର ପାତ୍ର । ଅନ୍ୟପଟେ ବୃଦ୍ଧା ଜଣଙ୍କୁ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମଧ୍ୟ ଭେଟିଥିଲେ ।

ଝରୀଗାଁ ବ୍ଲକ ବଣୁଆଗୁଡା ଗ୍ରାମ ପଞ୍ଚାୟତର 70 ବର୍ଷୀୟା ବୃଦ୍ଧା ସୂର୍ଯ୍ୟ ହରିଜନ । ଅସହାୟ ଏହି ବୃଦ୍ଧା ଜଣକ ପେନସନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତାଙ୍କ ଗୋଡ ଭାଙ୍ଗିଯାଇଥିବାରୁ ସେ ପେନସନ ପାଇଁ ଚଉକି ସହାୟତାରେ କୋଷ କୋଷ ବାଟ ଚାଲି ଚାଲି ଯାଇଥାନ୍ତି । କିନ୍ତୁ ଆଙ୍ଗୁଠି ମିଶୁନଥିବାରୁ ସେ ପେନସନରୁ ମଧ୍ୟ ବଞ୍ଚିତ ହେଉଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଖବର ବାଜିବା ପରେ ଏବେ ସୂର୍ଯ୍ୟ ହରିଜନଙ୍କ ଦୁଃଖ ଶୁଣିଛି ପ୍ରଶାସନ । ହ୍ବିଲଚେୟାର ଯୋଗାଇ ଦିଆଯିବା ସହ ଏବେ ମାସିକ ସାତଶହ ଟଙ୍କା ପେନସନ ପାଇବେ ସୂର୍ଯ୍ୟ ।

ଏହି ଖବର ପ୍ରସାରଣ ପରେ ବୃଦ୍ଧା ମହିଳାଙ୍କ ଘରେ ପହଞ୍ଚିଥିଲେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଝରୀଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ , ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଏବଂ ବ୍ଲକ ପ୍ରଶାସନ ସମେତ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ପାତ୍ର। ଏହାପରେ ବୃଦ୍ଧାଙ୍କ ସ୍ଥିତି ଅନୁଧ୍ୟାନ କରି ସେ ଚାଲିପାରୁ ନଥିବାରୁ ତାଙ୍କୁ ହ୍ବିଲଚେୟାର ଯୋଗାଇଦେବା ସହ ମାସିକ ସାତଶହ ଟଙ୍କା ପେନସନ ଏବଂ 10 କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।

ଏଥିସହ ଯଦି କେହି ଅସହାୟ ବୃଦ୍ଧ ବୃଦ୍ଧା କୌଣସି କାରଣରୁ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି ତେବେ ସେମାନଙ୍କୁ ଚଳିତ ମାସରୁ ତାଙ୍କ ଘର ଭତ୍ତା ପହଞ୍ଚାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର । ସୂର୍ଯ୍ୟ ହରିଜନଙ୍କ ବଡପୁଅ ସୀତାରାମ ଦାଦନ ଖଟିବା ଲାଗି ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ବେଳେ ସାନ ପୁଅ ଗାଁରେ ଲୋକଙ୍କ ଗାଈ ଚରାନ୍ତି । ଯିଏ ଯାହା ଦେଲା ସେଥିରେ ବୃଦ୍ଧାଙ୍କ ପରିବାର ଚଳୁଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.