ETV Bharat / state

ନବରଙ୍ଗପୁରରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

author img

By

Published : Apr 30, 2022, 7:42 AM IST

ନବରଙ୍ଗପୁରରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ
ନବରଙ୍ଗପୁରରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟନବରଙ୍ଗପୁରରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

ନବରଙ୍ଗପୁରରେ ହାତୀ ଉପଦ୍ରବ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛାପର ପାନି ଗ୍ରାମରେ ୧୨ରୁ ୧୫ ଗୋଟି ଜଙ୍ଗଲି ହାତୀ ଆସି ଘର ଦ୍ବାର ଭାଙ୍ଗିବା ସହ ବିଭିନ୍ନ ଆସବାବପତ୍ର ନଷ୍ଟ କରି ଦେଇଛନ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର: ଜଙ୍ଗଲ କ୍ଷୟ ଯୋଗୁଁ ଛତିଶଗଡ଼ର ହାତୀ ମାନେ ବର୍ତ୍ତମାନ ଓଡ଼ିଶା ସୀମାନ୍ତ ମୁହାଁ ହେଉଛନ୍ତି । ନବରଙ୍ଗପୁରରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛାପର ପାନି ଗ୍ରାମରେ ୧୨ ରୁ ୧୫ ଗୋଟି ଜଙ୍ଗଲି ହାତୀ ଆସି ଘର ଦ୍ବାର ଭାଙ୍ଗିବା ସହ ବିଭିନ୍ନ ଆସବାବପତ୍ର ନଷ୍ଟ କରି ଦେଇଛନ୍ତି ।

ନବରଙ୍ଗପୁରରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

ସୂଚନାଅନୁସାରେ, ଗ୍ରାମର ରତିରାମ୍ ଗଣ୍ଡ, ତୁଳାରାମ୍ ଗଣ୍ଡ, ଦୁୱାରୁ ଗଣ୍ଡ, ମୋହର ଲାଲ୍ ଗଣ୍ଡ, ରାଇନୁ ଗଣ୍ଡ, ହରପ୍ରସାଦ ଗଣ୍ଡଙ୍କ ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏହା ସହ ସାଇତି ରଖାଯାଇଥିବା ଧାନ, ମକା ନଷ୍ଟ କରି ଦେଇଛନ୍ତି । ହାତୀମାନେ ପ୍ରାୟ ଦୁଇରୁ ତିନି ଘଣ୍ଟା କାଳ ତାଣ୍ଡବ ରଚିବା ପରେ ପୁଣି ଛତିଶଗଡ଼କୁ ଫେରିଯାଇଥିଲେ ।

ଏହି ସମୟରେ ଗାଁ ଲୋକେ ଭୟଭୀତ ହୋଇ ପଡୋଶୀ ଗାଁ ତରୀୟା ଦଙ୍ଗରିକୁ ଆଶ୍ରୟ ନେବାକୁ ଚାଲିଯାଇଥିଲେ। ଖବର ପାଇ ରାଇଘର ବନ ବିଭଗର କର୍ମଚାରୀମାନେ ପହଞ୍ଚି ଅନୁଧ୍ୟାନ କରିବା ସହ ହାତୀ ସଚେତନତା ଅଭିଯାନ କରୁଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.