ETV Bharat / state

ଅଭିଯୁକ୍ତକୁ ସୁରକ୍ଷା ଦେଇ ଗିରଫ ବେଳେ ମାଡ଼ ଖାଇଲା ପୋଲିସ

author img

By

Published : Jul 19, 2022, 11:02 PM IST

ଅଭିଯୁକ୍ତକୁ ବଞ୍ଚାଇବାକୁ ଯାଇ ମାଡ଼ ଖାଇଲା ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅଭିଯୁକ୍ତକୁ ସୁରକ୍ଷା ଦେଇ ଗିରଫ ବେଳେ ମାଡ଼ ଖାଇଲା ପୋଲିସ
ଅଭିଯୁକ୍ତକୁ ସୁରକ୍ଷା ଦେଇ ଗିରଫ ବେଳେ ମାଡ଼ ଖାଇଲା ପୋଲିସ

ନବରଙ୍ଗପୁର: ଅଭିଯୁକ୍ତକୁ ବଞ୍ଚାଇବାକୁ ଯାଇ ମାଡ଼ ଖାଇଲା ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ବନ୍ଦ ଘରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳା ସେହି ଗାଁର ଶୁୁଶୀଲ ନାଗଙ୍କ ପତ୍ନୀ ବଦ୍ରିକା ପନକା ବୋଲି ଜଣା ପଡ଼ିଛି । ଉଭୟ ପ୍ରେମ ବିବାହ କରିଥିଲେ । ଜାତିପ୍ରଥାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ଅଭିଯୁକ୍ତକୁ ସୁରକ୍ଷା ଦେଇ ଗିରଫ ବେଳେ ମାଡ଼ ଖାଇଲା ପୋଲିସ

ମହିଳା ଜଣକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଡାବୁଗାଁ ପୋଲିସ ପହଞ୍ଚି ଥିବା ବେଳେ ତାହା କରାଇ ଦେଇନଥିଲେ ମୃତକଙ୍କ ପରିବାର ଲୋକେ । ଏହାପରେ ଘର ଭିତରେ ଲୁଚି ରହିଥିବା ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ନେଉଥିବା ବେଳେ ତାକୁ ମାଡ଼ ମାରିବାକୁ ଗୋଡ଼ାଇଥିଲେ ଗ୍ରାମବାସୀ ।

ଏହି ସମୟରେ ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ ପୋଲିସ କର୍ମଚାରୀ । ଉତ୍ଯକ୍ତ ଲୋକେ ଡାବୁ ଗାଁ IIC ସମେତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । କୌଣସି ମତେ ପୋଲିସ ସେଠାରୁ ଉଦ୍ଧାର ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତଦେହ ଛାଡ଼ି ନାହାନ୍ତି ପରିବାର ଲୋକେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.