ETV Bharat / state

ନବରଙ୍ଗପୁରରେ ଫଳିଲା କୋରୋନା ଆକୃତି କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼

author img

By

Published : Nov 15, 2021, 2:01 PM IST

ସମୟ ଗଡ଼ିବା ସହିତ ଅଦ୍ଭୁତ ପ୍ରକାରର ଘଟଣାମାନ ଘଟୁଛି । ଆମେ ଏଥିପାଇଁ ଏପରି କହୁଛୁ କାରଣ ମହାମାରୀ କାଳରେ ଦେଖିବାକୁ ମିଳିଛି କୋରୋନା ଭାଇରସ ଆକୃତିର କାକୁଡ଼ି । ଆପଣ ବି ଏହି କଥା ଶୁଣିବା ପରେ ମନରେ ଉକ୍ତ କାକୁଡ଼ିଟିକୁ ଦେଖିବା ପାଇଁ ନିଶ୍ଚୟ ଉତ୍ସୁକତା ଭରି ଯାଇଥିବ । ତେବେ ନବରଙ୍ଗପୁର ଡାବୁଗାଁ ବ୍ଲକରେ ଏଭଳି ଏକ କାକୁଡ଼ି ଫଳିଛି, ଯାହାକି ଅବିକଳ କୋରୋନା ଭାଇରସର ଆକୃତି ସହିତ ମେଳ ଖାଉଛି ।

କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼
କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼

ନବରଙ୍ଗପୁର: କୋରୋନା ମହାମାରୀ କାଳରେ ଦେଖିବାକୁ ମିଳିଛି କୋରୋନା ଭାଇରସ ଆକୃତିର କାକୁଡ଼ି । ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ୁଛନ୍ତି ଦେଖଣାହାରୀ । ଅବିକଳ ଭାଇରସ ଆକୃତିର ହୋଇଛି ଏହି କାକୁଡି । ଜିଲ୍ଲାର ଡାବୁଗାଁ ବ୍ଲକ ସରାଗୁଡ଼ା ଗ୍ରାମରେ ଏହି ବିରଳ ଆକୃତିର କାକୁଡ଼ି ଫଳିଥିବା ବେଳେ ଏଭଳି କାକୁଡି ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି ।

ସାରା ବିଶ୍ବରେ କୋରୋନା ମହାମାରୀ ହଇଚଇ ସୃଷ୍ଟି କରିଥିଲା । ଲୋକଙ୍କୁ ଏହି ଭାଇରସ ସମ୍ପର୍କରେ ଅବଗତ କରାଇବା ସହିତ ସତର୍କ କରାଇବା ପାଇଁ କୋରୋନା ଭାଇରସକୁ ଏକ ଆକୃତି ଦିଆଯାଇଥିଲା । ଭାଇରସର ସମ୍ଭାବ୍ୟ ରୂପକୁ ଦର୍ଶାଇବା ଉଦ୍ଦେଶ୍ୟରେ ବୈଜ୍ଞାନିକମାନେ ଭାଇରସର ଏକ ପ୍ରତିକୃତି ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ମହାମାରୀ କାଳରେ ନବରଙ୍ଗପୁର ସରାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅବିକଳ କୋରୋନା ଭାଇରସ ଆକୃତିର ଏକ କାକୁଡ଼ି ।

କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼
କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼
କୋରୋନା କାଳରେ ଭାଇରସ ଆକୃତିର କାକୁଡ଼ି, ଜମୁଛି ଦେଖଣାହାରୀଙ୍କ ଭିଡ଼

ତେବେ କୋରାନା ଭାଇରସ ପରି ଏହି କାକୁଡ଼ି ଗୋଲ ଆକୃତିର ହୋଇଥିବା ବେଳେ ଏହାର ଚତୁଃପାର୍ଶ୍ବରେ ରହିଛି କଣ୍ଟା ଭଳି କିଛି ଅଂଶ । ସାଧାରଣତଃ କାକୁଡ଼ିର ଲମ୍ବା ଆକୃତିର ଆସିବା ସହିତ ଏହାର ବାହାର ପାର୍ଶ୍ବ ସମତଳ ରହିଥାଏ । କିନ୍ତୁ ଏହି କୋରୋନା ଆକୃତିର କାକୁଡ଼ିର ବାହାର ପାର୍ଶ୍ବ କଣ୍ଟା ଭଳି ରହିଛି ।

କିପରି ଲୋକଲୋଚନକୁ ଆସିଲା ଏହି କୋରୋନା କାକୁଡ଼ି:-

ଘଟଣାଟି ଥିଲା ଏମିତି । ଜିଲ୍ଲାର ଡାବୁଗାଁ ବ୍ଲକ ସରାଗୁଡା ଗ୍ରାମର ଏକ କାକୁଡି଼ ଗଛରେ ଏହି କୋରୋନା ଭାଇରସ ଆକୃତିର କାକୁଡି଼ ଫଳିଥିଲା । ଏକ ବ୍ୟକ୍ତିଗତ କାମରେ ସରାଗୁଡା ଯାଇଥିବା ରବି କିରଣ ନାଗ ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ବ୍ୟକ୍ତି ଏହି କାକୁଡି ସମ୍ପର୍କରେ ଅବଗତ କରାଇଥିଲେ । ସେ କାକୁଡ଼ିଟିକୁ ଗଛରୁ ତୋଳି ଆଣି ରବିଙ୍କୁ ଦେଇଥିଲେ । କାକୁଡିଟିକୁ ଦେଖି ରବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାଧାରଣତଃ କାକୁଡି ଦେହ ଚିକଣ ରହିଥିବା ବେଳେ କିନ୍ତୁ ଏହି କାକୁଡି ଦେହ ସାରା ଲମ୍ବା ଲମ୍ବା କଣ୍ଟା ସଦୃଶ କିଛି ଅଂଶ ରହିଥିଲା । କାକୁଡିଟି ଠିକ କୋରୋନା ଭାଇରସ ଆକୃତି ସହିତ ମେଳ ଖାଉଥିଲା । ରବି ଏହି କାକୁଡିର ଫଟୋକୁ ସୋସିଆଲ ମିଡ଼ିଆ ସାଇଟରେ ଅପଲୋଡ଼ କରିବା ପରେ ପ୍ରବଳ ମାତ୍ରାରେ ଏହା ଭାଇରାଲ ହେବା ସହ ଏହି କୋରୋନା ପ୍ରତିକୃତିର କାକୁଡି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ଏବଂ ଲୋକଙ୍କ ଗହଳି ମଧ୍ୟ ଜମିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.