ETV Bharat / state

ବ୍ୟାପୁଛି ମହାମାରୀ: ଆଜି ପୁଣି ନବରଙ୍ଗପୁରରୁ ସର୍ବାଧିକ 80 ଚିହ୍ନଟ

author img

By

Published : Apr 12, 2021, 3:46 PM IST

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ କୋରୋନାର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପୁଛି । ଜିଲ୍ଲାରେ ଲଗାତର ଭାବେ କୋରୋନା ଗ୍ରାଫ ଉପର ମୁହାଁ ହୋଇ ଚାଲିଛି । ସୋମବାର ଜିଲ୍ଲାରେ ପୁଣି ସର୍ବାଧିକ 80 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ନବରଙ୍ଗପୁରରେ ସର୍ବାଧିକ 80 ଚିହ୍ନଟ
ନବରଙ୍ଗପୁରରେ ସର୍ବାଧିକ 80 ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ କୋଭିଡ-୧୯ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏବେ ନିୟନ୍ତ୍ରଣ ବାହାରକୁ ଯିବା ସ୍ଥିତିରେ ପହଞ୍ଚିଛି । ସମୟ ଯେତିକି ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ କୋରୋନାର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପୁଛି । ଜିଲ୍ଲାରେ ଲଗାତାର ଭାବେ କୋରୋନା ଗ୍ରାଫ ଉପର ମୁହାଁ ହୋଇ ଚାଲିଛି ।

ନବରଙ୍ଗପୁରରେ ସର୍ବାଧିକ 80 ଚିହ୍ନଟ
ନବରଙ୍ଗପୁରରେ ସର୍ବାଧିକ 80 ଚିହ୍ନଟ

ସୋମବାର ଜିଲ୍ଲାରେ ପୁଣି ସର୍ବାଧିକ 80 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 313ରେ ପହଞ୍ଚିଛି। ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରାଇଘର ବ୍ଲକରୁ 25 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 17 ଜଣ, ଉମରକୋଟ ବ୍ଲକରୁ 8 ଜଣ, ପାପଡାହାଣ୍ଡି ବ୍ଲକରୁ 7 ଜଣ ଓ ନବରଙ୍ଗପୁର ବ୍ଲକରୁ 6 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ 2 ଲକ୍ଷ 20ହଜାର 794 ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ମୋଟ 6 ହଜାର 2 ଶହ 3 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 5 ହଜାର 8 ଶହ 44 ଜଣ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.