ETV Bharat / state

ଅସହାୟ ଶିଶୁଙ୍କ ଥଇଥାନ ପାଇଁ ନବରଙ୍ଗପୁରରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ

author img

By

Published : Feb 1, 2023, 8:04 AM IST

ଅସହାୟ ଶିଶୁଙ୍କ ଥଇଥାନ ପାଇଁ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ବ୍ଲକସ୍ତରୀୟ କ୍ୟାମ୍ପ କୋର୍ଟ ଅନୁଷ୍ଠିତ । ଅଧିକ ପଢନ୍ତୁ

ନବରଙ୍ଗପୁରରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ
ନବରଙ୍ଗପୁରରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସଭାଗୃହଠାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ମହାମାରୀ ସମୟରେ ମାତାପିତାଙ୍କୁ ହରାଇଥିବା ଶିଶୁମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ଏହି କ୍ୟାମ୍ପର ଉଦ୍ଦେଶ୍ୟ ଥିଲା । ଏହାସହିତ ୧୮ ବର୍ଷରୁ ଊର୍ଦ୍ଧ୍ବ ଅସହାୟ ପିଲାଙ୍କୁ ନାନା ଧନ୍ଦାମୂଳକ ଶିକ୍ଷା ସହ ସଂଯୋଗ କରିବା । ଏହି ଯୋଜନାରେ(ଆଶୀର୍ବାଦ ଯୋଜନା ) କେବଳ ପିତାଙ୍କୁ ହରାଇଥିବା ଶିଶୁଙ୍କୁ ୧୫୦୦ ଟଙ୍କା ଏବଂ ଉଭୟ ମାତାପିତାଙ୍କୁ ହରାଇଥିଲେ ୨୫୦୦ ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ । ଏହି କ୍ୟାମ୍ପରେ ୧୮୦ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଏଥିରୁ ୩୬ ଜଣ ପୂର୍ବରୁ ଆଶୀର୍ବାଦର ହିତାଧିକାରୀ ଅଟନ୍ତି ଏବଂ ୩୦ରୁ ଅଧିକ ନୂତନ ଆର୍ଶୀବାଦ ହିତାଧିକାରୀ ପାଇଁ ଆବେଦନ କରିଥିଲେ ।

ଏହି କ୍ୟାମ୍ପକୁ ଆନୁଷ୍ଠାନିକ ଭାବରେ ଆଇ.ସି.ଡି.ଏସର ଶିଶୁ ବିକାଶ ଅଧିକାରୀ ଗୀତା ମହାରଣା ଉଦଘାଟନ କରିଥିଲେ । କ୍ୟାମ୍ପରେ ବ୍ଲକ ବିକାଶ ଅଧିକାରୀ ଶିବ ଶଙ୍କର ମୁର୍ମୁ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦିବାକର ବାହୁକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ମିନତୀ ମହାପାତ୍ର , ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରସନ୍ନ ପଟ୍ଟନାୟକ, ଆଇ.ସି.ଡି.ଏସର ଶିଶୁ ବିକାଶ ଅଧିକାରୀ ଗୀତା ମହାରଣା, ଅରୁଣାର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏଲ .ପି.ଓ. କିଶୋର ଚନ୍ଦ୍ର ମାର୍ଥା, ପି.ଓ.ଆଇ.ସି. କୁନିମଣି ସ୍ୱାଇଁ, ସାମାଜିକ କର୍ମୀ ସମରେନ୍ଦ୍ର ପରିଡା ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ସବରେଜିଷ୍ଟ୍ରେର ନିକଟସ୍ଥ ଅବକାରୀ ମାଲଖାନା ପୋଡି ପାଉଁଶ , ରିପୋର୍ଟ ମାଗିଲେ ଜିଲ୍ଲାପାଳ

ଏହାସହିତ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କର୍ମୀ ସନ୍ତୋଷ ଜେନା, ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମର ଜସ୍ମିତା ନାୟକ ଏବଂ ଉତ୍କଳ ବାଳାଶ୍ରମର ଅଧିକ୍ଷକ ରାମକୃଷ୍ଣ ସାବତ ପ୍ରମୁଖ ଯୋଗ ଦେଇ କ୍ୟାମ୍ପକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । କୋଭିଡରେ ପିତାମାତାଙ୍କ ହରାଇଥିବା ଅସହାୟ ଶିଶୁମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବାରେ ଏହି ବ୍ଲକର ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ଅତୁଳନୀୟ ଥିଲା ବୋଲି କୁହାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.