ETV Bharat / state

ଅପରେସନ ଚାଲୁଥିବାବେଳେ ଚକ୍ଷୁ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ, କାରଣ ଅସ୍ପଷ୍ଟ

author img

By

Published : Feb 13, 2020, 3:03 PM IST

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କର ଚକ୍ଷୁ ଅପରେସନ ଚାଲିଥିବା ସମୟରେ ଜଣେ କର୍ମଚାରୀଙ୍କୁ ଆକ୍ରମଣ । କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି, ତାହା ଜଣାପଡିନଥିବାବେଳେ, ମେଡିକାଲର ଏଡିଏମଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି l ଅଧିକ ପଢନ୍ତୁ....

nabarangpur
ଚକ୍ଷୁ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗର ଜଣେ କର୍ମଚାରୀଙ୍କୁ ଆକ୍ରମଣ ପ୍ରୟାସ କରି ବିଫଳ ହେବାରୁ ବିଭାଗର ଅସ୍ତ୍ରୋପଚାର ଗୃହ କବାଟରେ ଲାଗିଥିବା କାଚକୁ ଭାଙ୍ଗି ଦେଲା ଦୁର୍ବୃତ୍ତ l କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି, ତାହା ଅସ୍ପଷ୍ଟ ଥିବାବେଳେ, ମେଡିକାଲର ଏଡିଏମଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି l

ଚକ୍ଷୁ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ସୂଚନାନୁସାରେ, ଗୁରୁବାର ଚକ୍ଷୁ ବିଭାଗରେ ରୋଗୀଙ୍କର ଚକ୍ଷୁ ଅପରେସନ ଚାଲିଥିବା ସମୟରେ କବିର ମୋହନ ଦୀପ (ଯିଏକି ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ ଆଉଟ ସରସିଂରେ ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିଲା) ନାମକ ବ୍ୟକ୍ତି ଓ ତାଙ୍କ ସହ ଆଉ 5 ଜଣ ଆସି ଚକ୍ଷୁ ବିଭାଗର କାର୍ଯ୍ୟରତ ସହାୟକ ଚିକିତ୍ସକ ଖଗପତି ପାତ୍ରଙ୍କୁ ତାଙ୍କ ସାର୍ଟର କଲର ଧରି ବାହାରକୁ ଟାଣି ଆଣିଥିଲେ l ଉପସ୍ଥିତ ଲୋକମାନେ ଛଡାଇବାରୁ ସେଠାରୁ ଖଗପତି ଖସି ଚକ୍ଷୁ ବିଭାଗର ଅସ୍ତ୍ରୋପ୍ରଚାର କକ୍ଷକୁ ଚାଲିଯାଇଥିଲେ l

ଫଳରେ ଉତ୍ୟକ୍ତ ହୋଇ କବିର ଅସ୍ତ୍ରୋପଚାର ଗୃହ କବାଟରେ ଲାଗିଥିବା କାଚକୁ ଶକ୍ତ ମୁଥା ମାରିଥିଲେ l ଫଳରେ କାଚଟି ଭାଙ୍ଗିଯାଇଥିଲା l କିଛି ସମୟ ପାଟିତୁଣ୍ଡ କରିବାପରେ ଦୁର୍ବୃତ୍ତ କବିର ଓ ସାଙ୍ଗରେ ଆସିଥିବା ବ୍ୟକ୍ତିମାନେ ଫେରିଯାଇଥିଲେ l ଖଗପତିଙ୍କୁ କେଉଁ କାରଣରୁ ଆକ୍ରମଣ କରାଯାଇଥିଲା ବୋଲି ପଚାରିବାରୁ ସେ ସ୍ପଷ୍ଟ ଭାବେ କହିନଥିବାବେଳେ ପୂର୍ବରୁ କବିର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲାବେଳେ ଲାଞ୍ଚ ନେଇ ଦୁର୍ନୀତି ବିଭାଗ ଦ୍ବାରା ଧରାପଡିଥିଲା ଓ ସେ ସେଥିରେ ତାଙ୍କର ହାତ ରହିଛି ବୋଲି ଭାବି ତାଙ୍କୁ ଆକ୍ରମଣ କରିଥାଏ ବୋଲି କହିଛନ୍ତି l

ଅନ୍ୟପଟେ ଖଗପତି ଲୋକଙ୍କୁ ଚକ୍ଷୁ ଅପରେସନ କରୁଥିବାବେଳେ ତାଙ୍କୁ ଆକ୍ରମଣ ହୋଇଥିବା ସହ ସରକାରୀ ସମ୍ପତ୍ତି ଭଙ୍ଗା ଯାଇଥିବାରୁ ଡାକ୍ତରଖାନାର ଏଡିଏମଓ ସୁଶାନ୍ତ କୁମାର ବେହେରାଙ୍କୁ ଅଭିଯୋଗ କଲାପରେ ସେ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.