ETV Bharat / state

12 ଘଣ୍ଟାର ଅପରେସନ ପରେ ଗାତରୁ ଉଦ୍ଧାର ହେଲା ହେଟାବାଘ

author img

By

Published : Jan 9, 2021, 11:04 PM IST

12 ଘଣ୍ଟାର ଅପରେଶନ ପରେ ଗାତରୁ ଉଦ୍ଧାର ହେଲା ହେଟାବାଘ
12 ଘଣ୍ଟାର ଅପରେଶନ ପରେ ଗାତରୁ ଉଦ୍ଧାର ହେଲା ହେଟାବାଘ

୧୨ ଘଣ୍ଟାର ଅପରେସନ ପରେ ଗାତରୁ ଉଦ୍ଧାର ହେଲା ହେଟା ବାଘ । ପଢନ୍ତୁ ଅଧିକ....

ନବରଙ୍ଗପୁର: ୧୨ ଘଣ୍ଟାର ଅପରେସନ ପରେ ଗାତରୁ ଉଦ୍ଧାର ହେଲା ହେଟା ବାଘ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବାରିଗୁଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ଗୋଟିଏ ହେଟାବାଘ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇ କେନ୍ଦୁଗୁଡା ଓ ବାରିଗୁଡା ଗ୍ରାମରେ ଥିବା ଏକ ଜମିର ଗାତ ମଧ୍ୟରେ ଖସି ପଡିଯାଇଥିଲା । ତେବେ ସଂକୀର୍ଣ୍ଣ ଗାତ ହୋଇଥିବାରୁ ଆଉ ସେଥିରୁ ବାହାରି ପାରିନଥିଲା ।

12 ଘଣ୍ଟାର ଅପରେଶନ ପରେ ଗାତରୁ ଉଦ୍ଧାର ହେଲା ହେଟାବାଘ

ଗୋଟିଏ ଗାଈ ଜଗୁଆଳି ହେଟାବାଘକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲା । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଖବରପାଇ ତୁରନ୍ତ ହେଟା ବାଘଟିକୁ ଉଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଶୁ ଉଦ୍ଧାରକାରୀ ଦଳର କର୍ମକର୍ତାଙ୍କ ତରଫରୁ ଉଦ୍ଧାର କାମ ଆରମ୍ଭ ହୋଇଥିଲା ।

ତେବେ ଦିନ ଗୋଟାଏରୁ ରାତ୍ର ପ୍ରାୟ ଗୋଟାଏ ପର୍ଯ୍ୟନ୍ତ କସରତ ପରେ ହେଟାବାଘଟିକୁ ସୁରକ୍ଷିତ ଭାବେ ଗାତ ମଧ୍ୟରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାର ପରେ ହେଟା ବାଘଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ବାଘଟିର ଓଜନ ପ୍ରାୟ ୨୦ କିଲୋ ହେବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.