ETV Bharat / state

ଆବାସ ଯୋଜନାରେ ଅନିୟମିତତା, ଜିଲ୍ଲାପାଳଙ୍କ ନିକଟରେ ହିତାଧିକାରୀଙ୍କ ଅଭିଯୋଗ

author img

By

Published : Jan 21, 2020, 12:04 AM IST

ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ଶତାଧିକ ହିତାଧିକାରୀ ଆବାସ ଯୋଜନାରେ ଗୃହ ନିମନ୍ତେ ବ୍ଲକ ପ୍ରଶାସନ ନିକଟରେ ହିତାଧିକାରୀ ଆବେଦନ କରିଥିଲେ ।

nabarangapur
ଆବାସ ଯୋଜନାରେ ଅନିୟମିତତା

ନବରଙ୍ଗପୁର: ଆବାସ ଯୋଜନାରେ ଚୟନ ତାଲିକାରେ ଅନିୟମିତତା ଅଭିଯୋଗ । ନାମ ନଥିବାରୁ ଅସନ୍ତୋଷ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ତାଲିକାରୁ ବଞ୍ଚିତ ହିତାଧିକାରୀ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ଶତାଧିକ ହିତାଧିକାରୀ ଆବାସ ଯୋଜନାରେ ଗୃହ ନିମନ୍ତେ ବ୍ଲକ ପ୍ରଶାସନ ନିକଟରେ ହିତାଧିକାରୀ ଆବେଦନ କରିଥିଲେ ।

ଆବାସ ଯୋଜନାରେ ଅନିୟମିତତା

କିନ୍ତୁ ତାଲିକା ପ୍ରକାଶ ହେବା ପରେ ସେଥିମଧ୍ୟରୁ କେବଳ ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କ ନାମ ଥିବାବେଳେ ଆବେଦନ କରିଥିବା ବାକି ସମସ୍ତଙ୍କ ନାମ ତାଲିକାରୁ ବାଦ ପଡିଥିବାବେଳେ ଅସନ୍ତୋଷ ଯାହାର କରିଛନ୍ତି ତାଲିକାରୁ ବାଦ ପଡିଥିବା ହିତାଧିକାରୀ ।

ଏ ବାବଦରେ ବ୍ଲକ ପ୍ରଶାସନଙ୍କ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପ୍ରଶାସନଙ୍କ ନିକଟକୁ ଆସି ଗୁହାରି ଜଣାଇଥିଲେ । ତାଲିକାରୁ ବାଦ ପଡିଥିବା ପ୍ରାୟ ୩୦୦ରୁ ଉର୍ଦ୍ଧ ହିତାଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ନାମକୁ କୌଣସି ପ୍ରକାରେ ବାବଦରେ ତାଲିକାରୁ ବାଦ ହେବାକୁ ଦିଆଯିବ ନାହିଁ ଏବଂ ପ୍ରକୃତ ହିତାଧିକାରୀଙ୍କ ନାମକୁ ଖୁବଶୀଘ୍ର ତାଲିକାରେ ସାମିଲ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁର ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଆବାସ ଯୋଜନା ର ତାଲିକାରୁ ବାଦ ହିତାଧିକାରୀଙ୍କ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅଭିଯୋଗ
ଫର୍ମାଟ - ଏଭିଓ, ୨୦/୦୧/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------
ଆଙ୍କର - ଆବାସ ଯୋଜନାରେ ଚୟନ ତାଲିକାରେ ନାମ ନ ଥିବାରୁ ଅସନ୍ତୋଷ କରି ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଲେ ତାଲିକାରୁ ବଞ୍ଚିତ ହିତାଧିକାରୀ । ହିତାଧିକାରୀ ମାନେ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି ଯେ ପାପଡାହାଣ୍ଡି ବ୍ଲକ ର ଶତାଧିକ ହିତାଧିକାରୀ ଆବାସ ଯୋଜନା ରେ ଗୃହ ନିମନ୍ତେ ବ୍ଲକ ପ୍ରଶାସନ ନିକଟରେ ହିତାଧିକାରୀ ଆବେଦନ କରିଥିଲେ । କିନ୍ତୁ ତାଲିକା ପ୍ରକାଶ ହେବାପରେ ସେଥିମଧ୍ୟରୁ କେବଳ ପ୍ରାୟ ୧୦୦ ଜଣ ହିତାଧିକାରୀ ଙ୍କ ନାମ ଥିବା ବେଳେ ଆବେଦନ କରିଥିବା ବାକି ସମସ୍ତ ଙ୍କ ନାମ ତାଲିକାରୁ ବାଦ ପଡିଥିଲା । ଯାହାକୁ ନେଇ ଅସନ୍ତୋଷ ଯାହାରି କରିଥିଲେ ତାଲିକାରୁ ବାଦ ପଡିଥିବା ହିତାଧିକାରୀ । ଏ ବାବଦରେ ବ୍ଲକ ପ୍ରଶାସନ ଙ୍କ ନିକଟରେ ଗୁହାରୀ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପ୍ରଶାସନ ଙ୍କ ନିକଟକୁ ଆସି ଗୁହାରୀ ଜଣାଇଥିଲେ । ତାଲିକାରୁ ବାଦ ପଡିଥିବା ପ୍ରାୟ ୩୦୦ ରୁ ଉର୍ଦ୍ଧ ହିତାଧିକାରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସିଥିଲେ । ସାଙ୍ଗରେ ଡାବୁଗାଁ ବିଧାୟକ ମଧ୍ୟ ଜିଲ୍ଲାପାଳ ଙ୍କ ସହିତ ସାକ୍ଷାତ କରି ଘଟଣା ବାବଦରେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ । ପୁନର୍ବାର ବ୍ଲକ ପ୍ରଶାସନ ନିକଟରେ ପୁନର୍ବାର ଆବେଦନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ଏବଂ ଆବେଦନ କରିବା ପରେ ସେ ସ୍ୱତନ୍ତ୍ର ଭାବେ ବିଭିନ୍ନ ଅଧିକାରୀ ଙ୍କୁ ଆବେଦନ କରିଥିବା ପ୍ରତ୍ୟେକ ଲୋକଙ୍କ ଘରକୁ ପଠାଇ ପୁନର୍ବାର ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ନୂତନ ତାଲିକା ପ୍ରକାଶ କରିବା ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ନାମ କୁ କୌଣସି ପ୍ରକାରେ ବାବଦରେ ତାଲିକାରୁ ବାଦ ହେବାକୁ ଦିଆଯିବ ନାହିଁ ଏବଂ ପ୍ରକୃତ ହିତାଧିକାରୀଙ୍କ ନାମକୁ ଖୁବ ଶୀଘ୍ର ତାଲିକାରେ ସାମିଲ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରକାଶ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.