ETV Bharat / state

ସାବତ ପୁଅର ସାଂଘାତିକ କାଣ୍ଡ, ସାମାନ୍ୟ ବଚସାକୁ କେନ୍ଦ୍ରକରି ମାଆକୁ ହତ୍ୟା

author img

By

Published : Nov 4, 2022, 12:51 PM IST

ବିଶୋଇ ଥାନା ଅନ୍ତର୍ଗତ କାଶିପେଣ୍ଟ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ ଗାଡ଼ିଆରୁ ଗଳିତ ମୃତଦେହ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାଶ । ସାମାନ୍ୟ ବଚସାରୁ ହୋଇଥିଲା ହତ୍ୟାକାଣ୍ଡ । ଅଧିକ ପଢ଼ନ୍ତୁ

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ବଚସାକୁ ନେଇ ହତ୍ୟା କରିଥିଲା ସାବତ ପୁଅ
ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ବଚସାକୁ ନେଇ ହତ୍ୟା କରିଥିଲା ସାବତ ପୁଅ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କାଶିପେଣ୍ଟ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ ଗାଡ଼ିଆରୁ ସଖୀ ସିଂ(୪୫)ଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ପୋଲିସ ମୃତ ମହିଳାଙ୍କ ସାବତ ପୁଅ ଓ ଝିଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସଖୀଙ୍କୁ ତାଙ୍କ ସାବତ ପୁଅ କନ୍ଦା ସିଂ(୩୦) ହତ୍ୟା କରିଥିବା ନେଇ ଖୋଦ୍ ପୋଲିସ ଆଗରେ ଦୋଷ ସ୍ୱୀକାର କରିଥିଲା । ଆଉ କନ୍ଦାର ଭଉଣୀ ରାଧି ସିଂ (୩୪) ମଧ୍ୟ ଏହି ହତ୍ୟାକାଣ୍ଡରେ ଭାଇକୁ ସହଯୋଗ କରିଥିବା ବିଶୋଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା କୁରାଢିକୁ ପୋଲିସ ଜବତ କରିଛି । ଏହାପରେ ଏନେଇ ଉଭୟ ଭାଇ ଭଉଣୀଙ୍କ ନାଁରେ ଏକ ମାମଲା ରୁଜୁ କରି ରାଇରଙ୍ଗପୁର କୋର୍ଟଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ମାସ ୨୫ ତାରିଖ ମଙ୍ଗଳବାର ଦିନ କନ୍ଦା ନିଜ ଘରର ଏକ କୁକୁଡ଼ା ବିକି ମଦ୍ୟପାନ କରିଥିଲା । ପରେ ସନ୍ଧ୍ୟା ସମୟରେ ନିଜ ଘରକୁ ନିଶାଗ୍ରସ୍ତ ଅବସ୍ଥାରେ ଫେରିଥିଲା ।

ତେବେ କୁକୁଡା ବିକି ମଦ୍ୟପାନ କରି ଘରକୁ ଡେରିରେ ଫେରିବାକୁ ନେଇ ସଖୀ ସିଂ ତାଙ୍କ ସାବତପୁଅ କନ୍ଦା ଓ ସାବତ ଝିଅ ରାଧି ସହିତ ବଚସା ହୋଇଥିଲା । ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ ସାବତ ପୁଅ କନ୍ଦା ସଖୀଙ୍କ ମୁଣ୍ଡରେ କୁରାଢ଼ି ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ସାବତ ଝିଅ ରାଧି ମାଆ ସଖିକୁ ଜାବୁଡ଼ି ଧରି ଭାଇକୁ ଆକ୍ରମଣ କରିବାରେ ସହଯୋଗ କରିଥିଲେ ।

ପରେ କନ୍ଦା ମାଆ ସଖୀଙ୍କୁ ନିଜ ଘର ପାଖରେ ଥିବା ବିଲ ମଝିକୁ ନେଇ ସେଠାରେ ଏକ ଗାମୁଛା ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲା । ସଖୀଙ୍କ ମୃତ୍ୟୁ ପରେ ଉଭୟ ଭାଇ-ଭଉଣୀ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ ଗାଡିଆରେ ପୋତି ଦେଇଥିଲେ । ଏହାସହ ଘଟଣାରେ ବ୍ୟବହୃତ କୁରାଢ଼ିକୁ ଗାଡ଼ିଆରେ ଧୋଇ ଘରେ ଲୁଚାଇ ଦେଇଥିଲା । ତେବେ ୭ ଦିନ ଧରି ସଖୀ ନିଖୋଜ ରହିଥିବା ବେଳେ ଗତ ମଙ୍ଗଳବାର ତାଙ୍କର ଗଳିତ ମୃତଦେହ ଉକ୍ତ ଗାଡ଼ିଆ ମଧ୍ୟରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.