ETV Bharat / state

ବାଇକକୁ ପିଟିଲା ଇଟା ବୋଝେଇ ଟ୍ରକ; ଜଣେ ମୃତ, ଜଣେ ଗୁରୁତର

author img

By

Published : Sep 28, 2020, 5:50 PM IST

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଭାଲିଆଡ଼ହର ଛକ ନିକଟରେ ଇଟା ବୋଝେଇ ଟ୍ରକ ଟି ବାଇକ ସହ ମୁହାଁମୁହିଁ ଧକ୍କାରେ ବାଇକରେ ଥିବା ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ଅଧିକ ପଢନ୍ତୁ.....

ବାଇକକୁ ପିଟିଲା ଇଟା ବୋଝେଇ ଟ୍ରକ
ବାଇକକୁ ପିଟିଲା ଇଟା ବୋଝେଇ ଟ୍ରକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଭାଲିଆଡ଼ହର ଛକ ନିକଟରେ ଇଟା ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଅନୁଯାୟୀ ଇଟା ବୋଝେଇ ଟ୍ରକଟି ବାଙ୍ଗରିପୋଷିରୁ ବାରିପଦା ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ବାଇକରେ ଦୁଇ ଜଣ ଯୁବକ ବାଙ୍ଗରିପୋଷି ଥାନା ପୁରୁଣାପାଣି ଗାଁକୁ ଯିବା ସମୟରେ ଦୁର୍ଘଟଣା ଘଟିଛି ।

ବାଇକକୁ ପିଟିଲା ଇଟା ବୋଝେଇ ଟ୍ରକ

ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାପାଣି ଗାଁର ଶମ୍ଭୁ ଦେହୁରୀ ବୋଲି ଜଣାପଡିଛି । ଗୁରୁତର ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି । ବାଙ୍ଗରିପୋଷି ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.